ସାତକୋଶିଆ ଅଭୟାରଣ୍ୟରେ ଚାଲିଛି ପକ୍ଷୀ ଗଣନା

author img

By

Published : Jan 11, 2023, 1:11 PM IST

Annual bird census

ଅଭିଜ୍ଞ ବନ କର୍ମଚାରୀଙ୍କ ସହ ନିଜେ DFO ଓ ଅନ୍ୟ ଅଧିକାରୀ ମାନେ ମିଶି ମହାନଦୀ ସାତକୋଶିଆ ଗଣ୍ଡରେ ଆରମ୍ଭ କରିଛନ୍ତି ପକ୍ଷୀ ଗଣନା । ଅଧିକ ପଢନ୍ତୁ

Annual bird census

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡର ପତାକା ଠାରୁ ଆଠଗଡ ବନଖଣ୍ଡର ଚକ୍ରଗଡ ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ବ୍ୟାପି ମହାନଦୀ ଓ ନଦୀ ଅବବାହିକାରେ ରହୁଥିବା ବିଦେଶାଗତ ପକ୍ଷୀ ମାନଙ୍କର ଗଣନା ଆରମ୍ଭ ହୋଇଛି । ଅଭିଜ୍ଞ ବନ କର୍ମଚାରୀଙ୍କ ସହ ନିଜେ DFO ଓ ଅନ୍ୟ ଅଧିକାରୀ ମାନେ ଏହି ଗଣନା କରୁଛନ୍ତି । ଦେଶୀ ଡଙ୍ଗା ଓ ବୋଟ ସାହାଯ୍ୟରେ ଏହି ଗଣନା କାର୍ଯ୍ୟ କରାଯାଉଛି ।

ତେବେ ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗ ରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ, ଲୁଣା ହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର ଡ୍ୟାମ ଅଞ୍ଚଳରେ ବିଭିନ୍ନ ଜଳାଶୟରେ ଏହି ଗଣନା କରାଯାଉଛି । ଏଥିପାଇଁ ମୋବାଇଲ ଟ୍ରାକିଙ୍ଗ, ଜି.ପି.ଏସ, ବାଇନା କୁଲର, ଓ ସ୍ୱତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଗଣନା ସମୟରେ ସବୁ ବର୍ଷପରି ଏଥର ମଧ୍ୟ ଇଣ୍ଡିଆନ ଷ୍ଟିମର, କରମରାଣ୍ଟ ସମେତ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଛି। ଗଣନା ସମୟରେ ନଦୀ ଭିତରକୁ ମତ୍ସ୍ୟଜୀବୀ ନଯିବାକୁ କଟକଣା ଲଗାଯାଇଛି ।

ଏନେଇ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା କହିଛନ୍ତି, ସାତକୋଶିଆ କୁମ୍ଭୀର ଗଣନା ପାଇଁ 14ଟି ଟିମ ଏଥିରେ ନିୟୋଜିତ ଅଛନ୍ତି । ମୁଖ୍ୟତଃ ଏଠାରେ ଷ୍ଟିମର ଦେଖିବାକୁ ମିଳିଛି ଏଥିସହ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.