ଲୋକଙ୍କ ପୁନର୍ବାସ ନେଇ ପ୍ରଶାସନ ନେଇନି ପଦକ୍ଷେପ, ଧାରଣାରେ ଗ୍ରାମବାସୀ

author img

By

Published : Sep 22, 2022, 1:34 PM IST

ଲୋକଙ୍କ ପୁନର୍ବାସ ନେଇ ପ୍ରଶାସନ ନେଇନି ପଦକ୍ଷେପ, ଧାରଣାରେ ଗ୍ରାମବାସୀ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଗୋପିବଲହବପୁର ଗାଁରେ ଉତ୍କଳ ଡି ଏବଂ ଉତ୍କଳ ଇ କୋଇଲା ବ୍ଲକକୁ ନାଲକୋ ଖନନ କରିବାକୁ ଯାଉଛି । ମାତ୍ର ଖନନ ପୂର୍ବରୁ ସେହି ଅଞ୍ଚଳର ବିସ୍ଥାପିତ ଲୋକଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ଅଧିକ ପଢନ୍ତୁ

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି କୋଇଲା ଖଣି ଖନନ । ମାତ୍ର ଖନନ ପୂର୍ବରୁ ସେହି ଅଞ୍ଚଳର ବିସ୍ଥାପିତ ଲୋକଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଗୋପିବଲହବପୁର ଗାଁରେ ଉତ୍କଳ ଡି ଏବଂ ଉତ୍କଳ ଇ କୋଇଲା ବ୍ଲକକୁ ନାଲକୋ ଖନନ କରିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ତେବେ କୋଇଲା ଖନନ ପୂର୍ବରୁ ପ୍ରଶାସନ ଏବଂ ନାଲକୋ କର୍ତ୍ତୃପକ୍ଷ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ସହ କୌଣସି ପ୍ରକାର ଆଲୋଚନା କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ...ସ୍ଥଳଭାଗ ମୁହାଁ ଲଘୁଚାପ, ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲୋକଙ୍କ ପୁନର୍ବାସ ନେଇ ପ୍ରଶାସନ ନେଇନି ପଦକ୍ଷେପ, ଧାରଣାରେ ଗ୍ରାମବାସୀ

ଗ୍ରାମବାସୀ ନିଜର ଦାବି ନେଇ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଖଣି ଖନନ ପାଇଁ ସେମାନେ ବିସ୍ଥାପିତ ହେବାପରେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ କି ନାହିଁ ସେ ସମ୍ପର୍କରେ ଗ୍ରାମବାସୀ କିଛି ଜାଣି ନଥିବା କହିଛନ୍ତି । ତେଣୁ ପ୍ରଥମେ ପ୍ରଶାସନ ଉପରୋକ୍ତ ଦାବି ଗୁଡିକ ପୂରଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବାପରେ ଖଣି ଖନନ ପାଇଁ ଗ୍ରାମବାସୀଙ୍କ ତରଫରୁ ଅନୁମତି ଦିଆଯିବ ବୋଲି ମଧ୍ୟ ଗ୍ରାମବାସୀମାନେ କହିଛନ୍ତି । ମନଇଚ୍ଛା କମ୍ପାନୀ କର୍ତ୍ତୃପକ୍ଷ ବଡ଼ ବଡ଼ ମେସିନ ଆଣି ଗାଁରେ ରଖିଛନ୍ତି । ଏହି ଗାଁର ଅଧିକାଂଶ ଲୋକ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଭୁଆଁ ବୁଲାଇ କର୍ତ୍ତୃପକ୍ଷ ପ୍ରଶାସନ ସହାୟତାରେ ଖଣି ଖନନ କରିବାକୁ ଯାଉଛି । ତାହା ଆଦୌ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଏହି ଆନ୍ଦୋଳନରେ ଯୋଗ ଦେଇ ବଳରାମ ବେହେରା କହିଛନ୍ତି, "ନାଲକୋ କମ୍ପାନୀ ଆମ ଗାଁରୁ ଜମି ଅଧିଗ୍ରହଣ କରିଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ଗାଁ ବାସୀଙ୍କୁ ନାଲକୋକୁ ବିକ୍ରି କରିଦେଇଛନ୍ତି । ଆମ ଗ୍ରାମବାସୀଙ୍କର ନ୍ୟାର୍ଯ୍ୟ ଦାବି ପୂରଣ କରାଯାଇନାହିଁ । ଏହି ଗ୍ରାମରେ ଆମେ ୫୦୬ ଟି ପରିବାର ବସବାସ କରୁଛୁ । ଆମମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହଁ । ପୂର୍ନବାସ ଥଇଥାନ କରାଯାଇନାହିଁ । ଜମିର କ୍ଷତି ପୂରଣ ଦିଆଯାଇନାହିଁ । ଯେପର୍ଯ୍ୟନ୍ତ ଆମର ପୂର୍ନବାସ ଥଇଥାନ କରାନଯାଇଛି, ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ, ଆମ ଜମିର ଉଚିତ ମୂଲ୍ୟ ଆମ ମାନଙ୍କୁ ଦିଆଯାଇନାହିଁ । ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବୁ । "

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.