ଘରୁ ଡାକି ନେଇ ଯୁବକକୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ

author img

By

Published : Sep 19, 2021, 2:23 PM IST

ଘରୁ ଡାକି ନେଇ ଯୁବକକୁ ନିର୍ମମ ହତ୍ୟା  , ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ଘରୁ ଡାକି ନେଇ ଯୁବକକୁ ନିର୍ମମ ହତ୍ୟା । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ସଦର ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ....

ଅନୁଗୋଳ: ଘରୁ ଡାକି ନେଇ ଯୁବକକୁ ନିର୍ମମ ହତ୍ୟା । ମୁଣ୍ଡ ଛେଚିବା ସହ ଶରୀରର ବିଭିନ୍ନ ଅଙ୍ଗକୁ ହାଣି ହତ୍ୟା । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୋଳ ସଦର ଥାନା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ରନ୍ତଳେଇ ଗାଁ ର ଜଗନ୍ନାଥ ସେନାପତି । ତେବେ ପୂର୍ବ ଶତ୍ରୁତାକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଘରୁ ଡାକି ନେଇ ଯୁବକକୁ ନିର୍ମମ ହତ୍ୟା , ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ଓରଫ ଜଗନ ଗାଁ ଠାରୁ ଠାରୁ ଅଳ୍ପ ଦୂରରେ ଥିବା ଡେରଜାଙ୍ଗ ମାଧ୍ୟମ ଜଳସେଚନ ପ୍ରକଳ୍ପରେ ହେଉଥିବା ମାଛ ଚାଷ ଜଗିବାରେ ନିୟୋଜିତ ଥିଲେ।ଗତ ତିନି ଚାରି ଦିନ ତଳେ ପାଖ ଗାଁର କିଛି ଯୁବକଙ୍କ ସହ ମାଛ ମାରିବାକୁ ନେଇ ତାଙ୍କର ଗଣ୍ଡଗୋଳ ହୋଇଥିଲା । ଯୁବକମାନେ ପ୍ରୋଜେକ୍ଟକୁ ମାଛ ମାରିବାକୁ ଆସିଥିବା ବେଳେ ଜଗନ ସେମାନଙ୍କୁ ବାରଣ କରିଥିଲା।

ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଛବେନ୍ଦ୍ର ସାହୁ ଓ ତରଣୀ ଭୁତିଆ ନାମକ ଦୁଇଜଣ ଲୋକ ଜଗନଙ୍କୁ ଘରୁ ଡାକି ନେଇଥିଲେ । ଏହାର କିଛି ସମୟ ପରେ ଡ୍ୟାମ ହୁଡ଼ାରୁ ଜଗନର କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଖରେ ପଡିଥିବା କିଛି ବାଡ଼ି ଓ ଧାରୁଆ ଅସ୍ତ୍ର ପୋଲିସ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.