ଅନୁଗୋଳର ଐତିହ୍ୟକୁ ନେଇ ପୋଷ୍ଟକାର୍ଡ, ସ୍ଥାନ ପାଇଛି 5 ସ୍ଥାନ

author img

By

Published : Jan 21, 2023, 9:10 AM IST

5 ଟି ସ୍ଥନ କୁ ପୋଷ୍ଟ କାର୍ଡ ରେ ସ୍ଥାନିତ କଲା ଡାକ ବିଭାଗ

ସାରା ଦେଶରେ ପହଞ୍ଚିବ ଅନୁଗୋଳର କଳା ସଂସ୍କୃତି । ଅନୁଗୁଳ ଜିଲ୍ଲା ଗଠନ ର 30 ବର୍ଷ ପୂର୍ତ୍ତ ଅବସରରେ ସ୍ୱତନ୍ତ୍ର ଡାକ ପୋଷ୍ଟ କାର୍ଡ ଉନ୍ମୋଚନ କଲା ଡାକ ବିଭାଗ । ଅଧିକ ପଢ଼ନ୍ତୁ

5 ଟି ସ୍ଥନ କୁ ପୋଷ୍ଟ କାର୍ଡ ରେ ସ୍ଥାନିତ କଲା ଡାକ ବିଭାଗ

ଅନୁଗୋଳ: ଅନୁଗୋଳର ଐତିହ୍ୟ ଓ ଏହାର ପର୍ଯ୍ୟଟନ ସାରା ଦେଶରେ ପହଞ୍ଚିବ । ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ଡାକ ବିଭାଗ । ଅନୁଗୋଳ ଜିଲ୍ଲା ଗଠନର 30 ବର୍ଷ ପୂର୍ତ୍ତ ଅବସରରେ ଆରମ୍ଭ ହୋଇଥିବା ମହୋତ୍ସବ ଅବସରରେ ସ୍ୱତନ୍ତ୍ର ଡାକ ପୋଷ୍ଟ କାର୍ଡ ଉନ୍ମୋଚନ କରିଛି । 5ଟି ସ୍ଥାନକୁ ପୋଷ୍ଟ କାର୍ଡରେ ସ୍ଥାନିତ କଲା ଡାକ ବିଭାଗ । ଜିଲ୍ଲାର ଥିବା ଐତିହ୍ୟ ତାଳଚେର ରାଜବାଟି, ମାଆ ବୁଢ଼ୀ ଠାକୁରାଣୀ ପୀଠ, ଆଠମଲ୍ଲିକକୁ ସଂଯୋଗ କରୁଥିବା ପାହାଡିଆ ଘାଟି ରାସ୍ତା ଏବଂ ଟିକରପଦାର ସାତକୋଶିଆ ଗଣ୍ଡର ଚିତ୍ର ଏହି ପୋଷ୍ଟ କାର୍ଡରେ ସ୍ଥାନ ପାଇଛି ।

ଅନୁଗୋଳର କଳା ସଂସ୍କୃତିକୁ ସାରା ଦେଶରେ ପହଞ୍ଚାଇବା ଏହାର ଲକ୍ଷ୍ୟ । ସାରା ଦେଶର ଲୋକ ଅନୁଗୋଳ ଜିଲ୍ଲା ବିଷୟରେ ଜାଣିବା ସହ ଏହାର କଳା ସଂସ୍କୃତିର ପ୍ରସାର ପ୍ରଚାର ଘଟିବା ବୋଲି କହିଛନ୍ତି ସମ୍ବଲପୁର ମହାଡ଼ାକ ପାଳ ରିଜୁ ଗାଙ୍ଗୁଲି । ପୋଷ୍ଟ କାର୍ଡ ମାଧ୍ୟମରେ ଅନୁଗୋଳର ଜିଲ୍ଲାକୁ ଦେଶବାସୀଙ୍କ ପାଖରେ ପହଞ୍ଚାଇବା ସହ ପର୍ଯ୍ୟଟନ ପାଇଁ ରାସ୍ତା ଖୋଲିବାକୁ ଯାଉଛି ବୋଲି ମହାଡ଼ାକ ପାଳ କହିଛନ୍ତି ।

ଏହି ସବୁ ପୋଷ୍ଟ କାର୍ଡ ଦେଶର ବଡ ବଡ ଡାକ ଘର ମାନଙ୍କରେ ବିକ୍ରି କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ସମ୍ବଲପୁର ମହାଡ଼ାକ ପାଳ ରିଜୁ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହି ଡାକ ପୋଷ୍ଟ କାର୍ଡକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ଉପ ବାଚସ୍ପତି ରଜନୀକାନ୍ତ ସିଂ, ଓ ଜିଲାର ସମସ୍ତ ବିଧାୟକ ଓ ସାଂସଦ ଓ ଅନୁଗୋଳ ଜିଲ୍ଲାପାଳ ।

ସେପଟେ ବୁଧବାରଠୁ ଆରମ୍ଭ ହୋଇଯାଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ହକି ବିଶ୍ୱକପ ଓ ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି । ଆସନ୍ତା ପାଞ୍ଚ ଦିନ ଧରି ଏହି ଉତ୍ସବ ଜାରି ରହିବ । ବୁଧବାର ପ୍ରଥମ ସନ୍ଧ୍ୟାରେ ମଞ୍ଚରେ ସଙ୍ଗୀତ ପରିବେଶ କରିଥିଲେ ବଲିଉଡର ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲ । ତାଙ୍କ ପପ ସଙ୍ଗୀତ ସମସ୍ତଙ୍କ ମନ ଛୁଇଁଥିଲା । ପପ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।

ଅନୁଗୋଳ ଷ୍ଟାଡିୟମ ପଡିଆର ମୁକ୍ତକାଶ ମଞ୍ଚରେ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଏଥିରେ ଯୋଗ ଦେଇ ମହୋତ୍ସବର ଉଦଘାଟନ କରିଥିଲେ । ନାନା ଅବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଥିବା ଉଦଘାଟନୀ ଉତ୍ସବର ବିଳମ୍ବରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ସ୍ଥାନୀୟ କଳାକାର ମାନଙ୍କୁ ନେଇ ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଲୋକଙ୍କ ମନ ଜିଣି ଥିଲା । ଅନୁଗୋଳ ଜିଲ୍ଲାର କଳା ସଂସ୍କୃତିକୁ ନେଇ ପରିବେଷିତ ହୋଇଥିବା ନୃତ୍ୟ ଥିଲା ସବୁଠାରୁ ଆକର୍ଷଣୀୟ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.