Corona Virus: SC, ST ହଷ୍ଟେଲରେ ୧୦ ଅନ୍ତେବାସୀ ପଜିଟିଭ ଚିହ୍ନଟ

author img

By

Published : Dec 7, 2021, 3:21 PM IST

Corona Virus: SC, ST ହଷ୍ଟେଲରେ ୧୦ ଅନ୍ତେବାସୀ ପଜିଟିଭ ଚିହ୍ନଟ

ଅନୁଗୋଳ ଜିଲ୍ଲାର ଅନୁସୂଚିତ ଜନଜାତି ହଷ୍ଟେଲରୁ ପ୍ରାୟ ୧୦ ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଅନୁଗୋଳ: ଜିଲ୍ଲାର ଅନୁସୂଚିତ ଜନଜାତି ହଷ୍ଟେଲରେ ପ୍ରାୟ 10 ଜଣ ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଅନୁଗୋଳ ମୁଖ୍ୟ ଚିକିତ୍ସା ଅଧିକାରୀ । ତେବେ ନିୟମିତ ଯାଞ୍ଚରେ ସେମାନେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଛେଣ୍ଡିପଦା ବ୍ଲକ ବାଲିପଟା ଅନୁସୂଚିତ ଜନଜାତି ହଷ୍ଟେଲରେ ଏହି ୧୦ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ନିୟମିତ ପରୀକ୍ଷାରୁ ଏହା ଜଣାପଡିଥିଲା । ଏହାପରେ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟ ବିଭାଗ । ପଜିଟିଭ ଜଣାପଡି଼ବା ପରେ ବିଭାଗରେ ଏକ ସ୍ବତନ୍ତ୍ର ଟିମ ନମୁନା ସଂଗ୍ରହ କରିବା ସହ ଚିହ୍ନଟ ମାନଙ୍କୁ ଆଇସୋଲେସନ ରଖାଯାଇଥିବା ନେଇ CDMO ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.