ଟୋକିଓରେ ଇତିହାସ ରଚିଲେ ପ୍ରମୋଦ, ସମ୍ବଲପୁରୀ ଗୀତରେ ଝୁମିଲେ ଲୋକେ

author img

By

Published : Sep 4, 2021, 9:52 PM IST

promod bhagat scripted history at tokyo as he wins first ever gold medal in parabadminton for india

ଫାଇନାଲରେ ୨୧-୧୪, ୨୧-୧୭ରେ ସେ ନିଜର ପ୍ରତିଦ୍ଵନ୍ଦୀକୁ ହରାଇବା ପରେ ଭାବବିହ୍ବଳ ହୋଇପଡିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପାରାଲମ୍ପିକ୍ସରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ରିଟେନର ଡାନିଏଲ ବେଥଲଙ୍କୁ ହରାଇ ସେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଓଡିଆ ଭାବରେ ସେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ଏକକ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି ।

ଟୋକିଓରେ ଇତିହାସ ରଚିଲେ ପ୍ରମୋଦ, ସମ୍ବଲପୁରୀ ଗୀତରେ ଝୁମିଲେ ଲୋକେ

ପ୍ରଥମ ଥର ପାାଇଁ ସେ ପାରାଲମ୍ପିକ୍‌କୁ ଯାଇଥିବାବେଳେ ଦେଶକୁ ଗୌରାବନ୍ଵିତ କରିଛନ୍ତି ବରଗଡ ଅତାବିରାର ପୁଅ ପ୍ରମୋଦ । ଫାଇନାଲରେ ୨୧-୧୪, ୨୧-୧୭ରେ ସେ ନିଜର ପ୍ରତିଦ୍ଵନ୍ଦୀକୁ ହରାଇବା ପରେ ଭାବବିହ୍ବଳ ହୋଇପଡିଥିଲେ ସେ । ଏହାକୁ ମିଶାଇ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ଚଳିତ ପାରାଲମ୍ପିକ୍‌ରେ ୪ ଓ ମୋଟ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନରେ ସେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ଓଡିଆ ଭାବରେ ସେ କୌଣସି ଅଲମ୍ପିକ୍‌ରେ ପଦକ ଜିତିଛନ୍ତି । ପୂର୍ବରୁ ଭାରତର କୌଣସି ଖେଳାଳି ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ନାହାନ୍ତି । ଫଳରେ ସୁନା ଜିତି ରେକର୍ଡ କରିଛନ୍ତି ପ୍ରମୋଦ ।

ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦ ଆଜି ନିଜ ଜନ୍ମମାଟି ଆଉ ବାପା-ମା’ଙ୍କ ଟେକ ରଖିଛନ୍ତି । ପୂର୍ବରୁ ବାପା, ମା' ଙ୍କୁ ହରାଇଥିବା ପ୍ରମୋଦଙ୍କ ଆଜିର ଏହି ସଫଳତାରେ ତାଙ୍କ ଭାଇ ଏବ ସାଙ୍ଗମାନେ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କ ସଫଳତାରେ ବାଣ ଫୁଟାଇ ନାଚ ଗୀତ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.