ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ସୁନାପୁଅ ପ୍ରମୋଦ ଭଗତ

author img

By

Published : Sep 10, 2021, 3:35 PM IST

Updated : Sep 10, 2021, 4:25 PM IST

ଭୁବନେଶ୍ବ୍ରର ବିମାନରେ ପହଞ୍ଚିଲେ ସୁନାପୁଅ ପ୍ରମୋଦ ଭଗତ

ଭୁବନେଶ୍ବରରେ ପହଞ୍ଚିଲେ ଟୋକିଓ ପାରାଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଟୋକିଓ ପାରାଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପରେ ଏକ ଭବ୍ୟ ଶୋଭାଯାତ୍ରାରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରମୋଦ ଭଗତ ।

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ସୁନାପୁଅ ପ୍ରମୋଦ ଭଗତ

ଅପରାହ୍ନ ୫ଟାରେ ଗୋଲ୍ଡେନ ବୟ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ଟୋକିଓ ପାରାଲମ୍ପିକ୍ସ ୨୦୨୦ର ବ୍ୟାଡମିଣ୍ଟନ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ବିଶ୍ବସ୍ତରରେ ଓଡ଼ିଶା ଏବଂ ଭାରତକୁ ଗୌରବାନ୍ବିତ କରିଛନ୍ତି ପ୍ରମୋଦ ।

ପ୍ରମୋଦ ଭଗତ ଭାରତ ଫେରିବା ପରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଆଜି ଓଡ଼ିଶା ଫେରିଛନ୍ତି ଓଡ଼ିଶାର ଗୋଲ୍ଡେନ ବୟ ପ୍ରମୋଦ ଭଗତ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Sep 10, 2021, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.