ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ପୁରସ୍କାର; ରାଜ୍ୟ ସରକାର ଦେବେ ୬ କୋଟି ଓ ଚାକିରି

author img

By

Published : Sep 8, 2021, 3:26 PM IST

ସୁନାପୁଅ ପ୍ରମୋଦ ଭଗତଙ୍କ ପାଇଁ ସରକାରୀ ଚାକିରୀ ସହ ରାଜ୍ୟ ସରକାରଙ୍କ ପୁରସ୍କାର ଘୋଷଣା

ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ବୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୬ କୋଟି ଟଙ୍କା ଅର୍ଥରାଶି ସହ ଗ୍ରୁପ-ଏ' ଲେବେଲର ସରକାରୀ ଚାକିରୀ ପାଇବେ ସୁନାପୁଅ ପ୍ରମୋଦ ଭଗତ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ବୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୬ କୋଟି ଟଙ୍କା ଅର୍ଥରାଶି ସହ ଗ୍ରୁପ-ଏ' ଲେବେଲର ସରକାରୀ ଚାକିରୀ ପାଇବେ ସୁନାପୁଅ ପ୍ରମୋଦ ଭଗତ । ଏହାକୁ ନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସରକାର ଦେବେ ୬ କୋଟି ଓ ଚାକିରି
ରାଜ୍ୟ ସରକାର ଦେବେ ୬ କୋଟି ଓ ଚାକିରି

ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ଓଡ଼ିଶାରୁ ପ୍ରଥମ ଥର ପାଇଁ ପ୍ରମୋଦ ଭଗତ ବିଶ୍ବସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସଭିଁଏ ଶୁଭେଚ୍ଛା ଜଣାଇଥିଲେ।

ବିଜୟୀ ହୋଇଥିବା ସ୍ବର୍ଣ୍ଣ ପଦକକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରମୋଦ ଭଗତ । ଏହାକୁ ନେଇ ସେ ଗତକାଲି ଟ୍ବିଟ୍ ମଧ୍ୟ କରିଥିଲେ । ସେ ଲେଖିଥିଲେ ଯେ, "ଧନ୍ୟବାଦ ଭାରତ, ଏହି ପଦକ ସେହି ସମସ୍ତ ଭାରତୀୟଙ୍କର ଯେଉଁମାନେ ସ୍ବପ୍ନ ଦେଖନ୍ତି । ହୃଦୟର ସହ ଭାରତ ସରକାର ଓ ମୋ ଓଡିଶା ସରକାରଙ୍କୁ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ଏହି ବିଜୟ, ଜୟ ହିନ୍ଦ୍‌।"

ବିଶ୍ବର ନମ୍ବର ୧ ପାରା-ବ୍ୟାଡମିଣ୍ଟନ ଖେଳାଳି ତଥା ପାରାଲମ୍ପିକ୍ସ ଚମ୍ପିଆନ ପ୍ରମୋଦ ସ୍ବଦେଶ ଫେରିବା ପରେ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ସୋମବାର ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାଂସଦ ଅଚ୍ୟୁତ ସାମନ୍ତ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ମଙ୍ଗଳବାର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ପ୍ରମୋଦ ଓଡ଼ିଶା ଫେରିବା ପରେ ଓଡିଶା ସରକାରଙ୍କ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।

କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ପାଇଁ ପଦକ ହାସଲ ପାଇଁ ନଗଦ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣ ପଦକ ପାଇଁ 6 କୋଟି, ରୌପ୍ୟ ପଦକ ପାଇଁ 4 କୋଟି ଏବଂ କାଂସ୍ୟ ପଦକ ପାଇଁ 2.5 କୋଟି ଟଙ୍କା ଦେବାକୁ ଘୋଷଣା ହୋଇଥିଲା । ଏହି କ୍ରମରେ କାଂସ୍ୟ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱରରେ ପହଞ୍ଚିବା ପରେ ତୁରନ୍ତ 2.5 କୋଟି ଟଙ୍କାରେ ଚେକ୍ ପ୍ରଦାନ କରାଯାଇଥିଲା।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.