ସ୍ୱର୍ଣ୍ଣ ପଦକ ଜିତିଲେ ବରଗଡର ପ୍ରମୋଦ: ଜନ୍ମ ମାଟିରେ ଉତ୍ସବର ମାହୋଲ

author img

By

Published : Sep 4, 2021, 6:39 PM IST

Celebration in India's Ace para suttler pramod Bhagat's Hometown Atabira after he bags gold in Tokyo paralympics

ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ସ୍ବର୍ଣ୍ଣ ପଦକ ଜିତିବା ପରେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଉତ୍ସବର ମାହୋଲ । ଅଧିକ ପଢନ୍ତୁ...

ବରଗଡ: ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ସ୍ବର୍ଣ୍ଣ ପଦକ ଜିତିବା ପରେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ପ୍ରମୋଦ ଭଗତ ବରଗଡ଼ ଜିଲ୍ଲା ଅତାବିରା ଟାଉନର ହୋଇଥିବାବେଳେ ଆଜି ପ୍ରମୋଦ ଦେଶ ପାଇଁ ଆଣିଥିବା ଏହି ସ୍ବର୍ଣ୍ଣ ବିଜୟରେ ଅତାବିରାବାସୀ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।

ଦେଶପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ବରଗଡର ପ୍ରମୋଦ, ଅଞ୍ଚଳରେ ଉତ୍ସବର ମାହୋଲ

ଫାଇନାଲରେ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଆଣିଛନ୍ତି । ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ ପ୍ରତିଦ୍ବନ୍ଦ୍ବୀଙ୍କୁ ୨୧-୧୪, ୨୧-୧୭ ସେଟ୍‌ରେ ହରାଇଛନ୍ତି । ପ୍ରଥମ ସେଟ୍‌ରେ ଆଗୁଆ ରହିବା ପରେ ୨ୟ ସେଟ୍‌ରେ ମଧ୍ୟ ବିଜୟୀ ହୋଇଥିଲେ ।

ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି.ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍‌ରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ପ୍ରଥମ ସେଟ୍‌ରେ ୨୧-୧୧ରେ ଜିତିଥିବା ପ୍ରମୋଦ ଦ୍ବିତୀୟ ସେଟ୍‌ରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ୨୧-୧୬ରେ ଜିତି ପ୍ରମୋଦ ସ୍ବର୍ଣ୍ଣ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ ଟୋକିଓ ଅଲମ୍ପିକ୍ସିରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପ୍ରମୋଦଙ୍କ ଏହି ବିଜୟ ପରେ ତାଙ୍କ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.