ୟୁଏସ ଓପନ: କ୍ବାର୍ଟର-ଫାଇନାଲରେ ଜୋକଭିକ

author img

By

Published : Sep 7, 2021, 7:51 PM IST

US Open: Novak Djokovic beats Jenson Brooksby to enter QFs

ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକଭିକ୍‌, ବିଶ୍ବ ଟେନିସ ମାନ୍ୟତାର ୯୯ତମ ସ୍ଥାନରେ ଥିବା ଆମେରିକୀୟ ଜେନସନ ବ୍ରୁକସବାଏଙ୍କୁ ୧-୬, ୬-୩, ୬-୨, ୬-୨ ସେଟ୍‌ରେ ହରାଇଛନ୍ତି । ଅଧିକ ପଢନ୍ତୁ...

ନ୍ୟୁୟର୍କ: ଚଳିତ ୟୁଏସ ଓପନର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ନୋଭାକ ଜୋକଭିକ୍‌ । କ୍ୟାଲେଣ୍ଡର ଇୟର ଗ୍ରାଣ୍ଡ ସ୍ଲାମ ପୂରଣ କରିବାକୁ ମାତ୍ର ୯ଟି ସେଟ୍‌ ଦୂରରେ ରହିଛନ୍ତି ଜୋକଭିକ୍‌ ।

ସର୍ବିଆନ ଟେନିସ ଷ୍ଟାର, ମଙ୍ଗଳବାର ବିଶ୍ବ ଟେନିସ ମାନ୍ୟତାର ୯୯ତମ ସ୍ଥାନରେ ଥିବା ଆମେରିକୀୟ ଜେନସନ ବ୍ରୁକସବାଏଙ୍କୁ ୧-୬, ୬-୩, ୬-୨, ୬-୨ ସେଟ୍‌ରେ ହରାଇଛନ୍ତି । ଏହି ମ୍ୟାଚ୍‌ ଦୁଇ ଘଣ୍ଟା ୫୮ ମିନିଟ୍‌ ଧରି ଖେଳାଯାଇଥିଲା । ପରବର୍ତ୍ତୀ ମ୍ୟାଚରେ ଜୋକଭିକ୍‌ ମାଟ୍ଟେଓ ବେରେଟ୍ଟିନିଙ୍କୁ ଭେଟିବେ ।

ମ୍ୟାଚ୍‌ ପରେ ଜୋକଭିକ, ବ୍ରୁକସବାଏଙ୍କୁ ପ୍ରଶଂସା କରିଥିଲେ । ବ୍ରୁକସବାଏ ଜଣେ ମହା ଖେଳାଳି, ଏକ ଉଜ୍ଜଳ ଭବିଷ୍ୟତ ତାଙ୍କ ଅପେକ୍ଷାରେ ବୋଲି ଜୋକଭିକ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.