ବିବାହ ବାର୍ଷିକୀରେ ପତ୍ନୀଙ୍କୁ ୟୁଏସ ଓପନ ଟ୍ରଫି ଉପହାର

author img

By

Published : Sep 13, 2021, 7:24 PM IST

US OPEN CHAMPION DANIIL MEDVEDEV GETS BEST WEDDING ANNIVERSARY GIFT FOR WIFE

ୟୁଏସ ଓପନ ପୁରୁଷ ଏକକ ଫାଇନାଲରେ ବିଶ୍ବର ନମ୍ବର ୧ ଖେଳାଳି ନୋଭାକ ଜୋକଭିକଙ୍କୁ ସିଧା ସେଟ୍‌ରେ ହରାଇ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିଛନ୍ତି ଡାନିଲ ମେଡେଭେଡେବ । ଅଧିକ ପଢନ୍ତୁ...

ନ୍ୟୁୟର୍କ: ୟୁଏସ ଓପନ ପୁରୁଷ ଏକକ ଫାଇନାଲରେ ବିଶ୍ବର ନମ୍ବର ୧ ଖେଳାଳି ନୋଭାକ ଜୋକଭିକଙ୍କୁ ସିଧା ସେଟ୍‌ରେ ହରାଇ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିଛନ୍ତି ଡାନିଲ ମେଡେଭେଡେବ । ୨୫ ବର୍ଷୀୟ ମେଡେଭେଡେବ ଏହି ମ୍ୟାଚ୍‌କୁ ୬-୪, ୬-୪ ୬-୪ ସେଟ୍‌ରେ ବିଜୟୀ ହୋଇଛନ୍ତି ।

ଋଷର ଟେନିସ ଷ୍ଟାରଙ୍କ ପାଇଁ ଏହି ବିଜୟ ଅଧିକ ସ୍ମରଣୀୟ ହୋଇଛି କାରଣ ଏହିଦିନ ତାଙ୍କର ତୃତୀୟ ବିହାହ ବାର୍ଷିକୀର ଦିନ ଥିଲା । ବିଜୟ ପରେ ମେଡେଭେଡେବ କହିଥିଲେ, ପତ୍ନୀଙ୍କୁ ଉପହାର ଦେବାକୁ ସମୟ ନାହିଁ । ସେଥିପାଇଁ ତାଙ୍କ ପାଖେ ୟୁଏସ ଓପନ ଟାଇଟେଲ ଜିତିବା ଛଡା ଅନ୍ୟ ବିକଳ୍ପ ନଥିଲା ।

ମ୍ୟାଚ୍‌ ପରବର୍ତ୍ତୀ, ବିଜୟ ଭାଷଣରେ ମେଡେଭେଡେବ କହିଥିଲେ, "ଆଜି ମୋର ତୃତୀୟ ବିବାହବାର୍ଷିକୀ । ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀଙ୍କୁ ଏକ ଉପହାର ଦେବା ବିଷୟରେ ଭାବିପାରିନଥିଲି । ଆମ ଭିତରୁ ଅନେକଜଣ ବିବାହବାର୍ଷିକୀରେ ଉପହାର ଶେଷ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରୁ ।

ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ଆମ ଭିତରୁ ଅନେକଜଣ $୨.୫ ମିଲିଅନ ଚେକ୍‌ ଗ୍ରହଣ କରନ୍ତିନାହିଁ । ସେଥିପାଇଁ ଯେବେ ଫାଇନାଲ ଖେଳିବାକୁ ପହଞ୍ଚିଲି, ଭାବିଥିଲି ଯଦି ହାରିଯାଏ ତେବେ ମୋ ପାଖରେ ଉପହାର ଦେବାକୁ ସମୟ ନାହିଁ । ସେଥିପାଇଁ ମୋ ଏହି ମ୍ୟାଚ ଜିତିବାକୁ ହେବ ।'' ଏହାପରେ ମେଡେଭେଡେବ କହିଥିଲେ ଆଇ ଲଭ୍‌ ୟୁ ଦଶା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.