ବିମାନବନ୍ଦରରେ ଅଟକ ରହିଲେ ନୋଭାକ ଜୋକଭିକ

author img

By

Published : Jan 7, 2022, 11:00 PM IST

Tennis top-ranked Djokovic spends religious day in detention

ଅଡୁଆରେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବା ପାଇଁ ଯାଉଥିବା ଜୋକଭିକଙ୍କୁ ଦେଶରେ ପ୍ରବେଶ କରିବାକୁ ତାଙ୍କୁ ମିଳିଲାନି ଅନୁମତି । ଅଧିକ ପଢନ୍ତୁ

ମେଲବର୍ଣ୍ଣ: ଅଡୁଆରେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବା ପାଇଁ ଯାଉଥିବା ଜୋକଭିକଙ୍କୁ ଦେଶରେ ପ୍ରବେଶ କରିବାକୁ ମିଳିଲାନି ଅନୁମତି । ଅଷ୍ଟ୍ରେଲୀୟ ବିମାନବନ୍ଦରରେ ଗୋଟିଏ ଦିନ ତାଙ୍କୁ ଅଟକ ରହିବାକୁ ପଡିଛି । ଅଧିକାରୀମାନେ ତାଙ୍କୁ ଦୀର୍ଘ ଘଣ୍ଟା ବସାଇ ରଖିବା ସହ ଶେଷରେ ତାଙ୍କ ଭିସାକୁ ରଦ୍ଦ କରି ଦେଇଛନ୍ତି ।

ସର୍ବିୟାରୁ ଫୋନ ଯୋଗେଁ ତାଙ୍କୁ ଫୋନ୍‌ ଯୋଗେଁ ଯୋଗାଯୋଗ କରାଯାଉଛି । ଏପରିକି ପରିବାର ଲୋକଙ୍କ ସହିତ ରାଷ୍ଟ୍ରପତି ମଧ୍ୟ ଫୋନ୍‌ ଯୋଗେଁ କଥା ହୋଇଛନ୍ତି । ମେଲବର୍ଣ୍ଣ ବିମାନବନ୍ଦରରେ ଦେଶରେ ପ୍ରବେଶ ପାଇଁ ଅନୁମତି ଅପେକ୍ଷାରେ ରହିଛନ୍ତି ୯ ଥରର ଅଷ୍ଟ୍ରେଲିଆ ଓପନ ଚାମ୍ପିଅନ୍‌ । ଅଷ୍ଟ୍ରେଲିଆରେ ଜୋକଭିକଙ୍କୁ ବନ୍ଦୀ କରି ରଖାଯାଇଥିବା ତାଙ୍କର ମାଆ ଅଭିଯୋଗ କରିଛନ୍ତି । ଅନ୍ୟପଟେ ତାଙ୍କର ଫ୍ୟାନ୍ସମାନେ ପାର୍କ ହୋଟେଲ ବାହାରେ ପ୍ରଦର୍ଶନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌

ନିଜର ଟିକାକରଣ ଷ୍ଟାଟସ ଦେଖାଇବାକୁ ଜୋକଭିକଙ୍କୁ ବିମାନବନ୍ଦରରେ କୁହାଯାଇଥିଲା, ମାତ୍ର ତାଙ୍କର ଉତ୍ତରରେ ଅଧିକାରୀମାନେ ସନ୍ତୁଷ୍ଟ ହୋଇନଥିଲେ । ଜୋକଭିଚ୍‌ଙ୍କୁ ମେଡିକାଲ ପ୍ରୋଟକଲର ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ପୂର୍ବରୁ କହିଥିବା ସେ ଇନଷ୍ଟାଗ୍ରାମରେ ଦାବି କରିଛନ୍ତି ।

ଜାନୁଆରୀ ୧୭ରୁ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ। ୯ଥର ଟ୍ରଫି ଜିତିଥିବା ଜୋକଭିଚ୍‌ ଏଥର ନିଜର ୨୧ତମ ଗ୍ରାଣ୍ଡସ୍ଲାମ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ମାତ୍ର କୋରୋନା ଓ ଟିକାକରଣ ଅଡ଼ୁଆ ତାଙ୍କ ରାସ୍ତାରେ କଣ୍ଟା ସାଜିଛି । ଏୟାରପୋର୍ଟରେ ଟିକାକରଣ ଷ୍ଟାଟସ ଦେଖାବାକୁ ମନା କରିଥିବା ୩୪ ବର୍ଷୀୟ ଜୋକଭିକ୍‌ ଗତ ମାସରେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

ଜୋକଭିକଙ୍କୁ ଜଣେ ଅପରାଧୀ ଭାବେ ବ୍ୟବହାରକୁ ଅଷ୍ଟ୍ରେଲିଆ ବନ୍ଦ କରୁ ବୋଲି ଦାବି କରିଛି ସର୍ବିୟା । ଅନ୍ୟପଟେ ଫ୍ରାନ୍ସର କ୍ରୀଡାମନ୍ତ୍ରୀ କହିଛନ୍ତି, ଜୋକଭିକ ଟିକା ନେଇ ନଥିଲେ ମଧ୍ୟ ଫ୍ରେଞ୍ଚ୍‌ ଓପନରେ ଖେଳିପାରିବେ ।

ତେବେ ଏହି ବିବାଦ ମଧ୍ୟରେ ବିଶ୍ବର ଜଣେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟକ ରହିବାକୁ ନେଇ କ୍ରୀଡା ଜଗତରେ ପ୍ରତିକ୍ରିୟା ଦେଖାଦେଇଛି ।

AP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.