ଓଷ୍ଟ୍ରାଭା ଓପନ ମହିଳା ଡବଲ୍ସ ତାଜ୍‌ ପିନ୍ଧିଲେ ସାନିଆ

author img

By

Published : Sep 26, 2021, 8:15 PM IST

Sania Mirza wins first title of 2021 season in Ostrava

ସାନିଆ ମିର୍ଜା ଓ ଝାଙ୍ଗ୍‌ ସୁଆଇ ଓଷ୍ଟ୍ରାଭା ଓପନ ୨୦୨୧ ଟାଇଟେଲ ବିଜେତା । ଅଧିକ ପଢନ୍ତୁ...

ଓଷ୍ଟ୍ରାଭା(ରିପ୍ଳବିକ୍‌): ଭାରତୀୟ ଟେନିସ ଷ୍ଟାରସାନିଆ ମୀର୍ଜା ଜିତିଲେ ଚଳିତ ସିଜିନର ପ୍ରଥମ ଟାଇଟେଲ । ଓଷ୍ଟ୍ରାଭା ଓପନ ୨୦୨୧ ମହିଳା ଡବଲ୍ସ ତାଜ୍‌ ପିନ୍ଧିଲେ ସାନିଆ । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଚାଇନିଜ ପାର୍ଟନର ଝାଙ୍ଗ୍‌ ସୁଆଇଙ୍କ ସହିତ ଟାଇଟେଲ ହାତେଇଛନ୍ତି ସାନିଆ ।

ସାନିଆ ମୀର୍ଜା ଓ ଝାଙ୍ଗ୍‌ ସୁଆଇ ଫାଇନାଲ ମୁକାବିଲାରେ USAର କେଟଲିନ ଖ୍ରୀଷ୍ଟିଆନ ଓ ନ୍ୟୁଜିଲାଣ୍ଡର ଏରିନ ରୌଟଲିଫଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଚମ୍ପିଆନ ହୋଇଛନ୍ତି ।

ଏହା ୨୦ ମାସ ମଧ୍ୟରେ ସାନିଆଙ୍କ ପ୍ରଥମ WTA ଟାଇଟେଲ । ଏହାପୂର୍ବରୁ ଭାରତୀୟ ଟେନିସ ଷ୍ଟାର ଶେଷ ଥର ପାଇଁ ଜାନୁଆରୀ ୨୦୨୦ରେ ହୋବାର୍ଟ ଇଣ୍ଟରନ୍ୟାସନାଲରେ WTA ଟାଇଟେଲ ଜିତିଥିଲେ । ସାନିଆ ଓ ୟୁକ୍ରେନର ନାଦିଆ କିଚେନକ ମହିଳା ଡବଲ୍ସ ଟାଇଟେଲ ବିଜେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.