Adelaide International: ସେମିରେ ହାରିଲେ ସାନିଆ ମୀର୍ଜା

author img

By

Published : Jan 7, 2022, 11:02 PM IST

Sania Mirza, Nadiia Kichenok lose semi-final against Barty-Sanders in Adelaide

ଆଡିଲେଡ୍‌ ଇଣ୍ଟରନ୍ୟାସନାଲ WTA ୫୦୦ ଟୁର୍ନାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ଅଭିଯାନ ଶେଷ । ଶୁକ୍ରବାର ଖେଳାଯାଇଥିବା ମହିଳା ଡବଲ୍ସ ସେମି-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ୟୁକ୍ରେନିଆନ ପାର୍ଟନର ନାଦିଆ କିଚ୍‌ନୋକ ପରାସ୍ତ । ଅଧିକ ପଢନ୍ତୁ

ଆଡିଲେଡ୍‌(ଅଷ୍ଟ୍ରେଲିଆ): ଚଳିତ ଆଡିଲେଡ୍‌(Adelaide) ଇଣ୍ଟରନ୍ୟାସନାଲ WTA ୫୦୦ ଟୁର୍ନାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ଅଭିଯାନ ଶେଷ । ଶୁକ୍ରବାର ଖେଳାଯାଇଥିବା ମହିଳା ଡବଲ୍ସ ସେମି-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ୟୁକ୍ରେନିଆନ ପାର୍ଟନର ନାଦିଆ କିଚ୍‌ନୋକ ପରାସ୍ତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Adelaide International: ସେମିଫାଇନାଲରେ ସାନିଆ-ନାଦିଆ ଯୋଡି

ଅଷ୍ଟ୍ରଲିଆର ଆସଲେ ବାର୍ଟି ଓ ଷ୍ଟୋର୍ମ ସାଣ୍ଡର୍ସ ଭାରତୀୟ-ୟୁକ୍ରେନିଆନ ଯୋଡିକୁ ୬-୧, ୨-୬,୧୦-୮ ସେଟ୍‌ରେ ହରାଇଛନ୍ତି । ଏହି ମ୍ୟାଚ୍‌ ଏକ ଘଣ୍ଟା ୫ ମିନିଟ୍‌ ଧରି ଖେଳାଯାଇଥିଲା ।

ପ୍ରଭାବୀ ପ୍ରଦର୍ସନ ସହ ପ୍ରଥମ ସେଟ୍‌କୁ ଏକତରଫା ଜିତିନେଇଥିଲେ ବାର୍ଟି ଓ ସାଣ୍ଡର୍ସ । ତେବେ ଦ୍ବିତୀୟ ସେଟ୍‌ରେ ଦମଦାର କମବ୍ୟାକ୍‌ ସହ ବିଜୟୀ ହୋଇଥିଲେ ସାନିଆ-ନାଦିଆ ଯୋଡି । ମାତ୍ର ସଂଘର୍ଷପୂର୍ଣ୍ଣ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ବାର୍ଟି ଓ ସାଣ୍ଡର୍ସ ନିଜ ନାମରେ କରିବାକୁ ସକ୍ଷମ ହୋଇଥିଲେ । ଏଥିସହ ଫାଇନାଲ ଟିକେଟ ମଧ୍ୟ ହାତେଇଥିଲେ ।

କ୍ବାର୍ଟର-ଫାଇନାଲରେ ସାନିଆ ଓ ନାଦିଆ କିଚନୋକ USAର ସେଲବି ରୋଜର୍ସ ଓ ଇଂଲଣ୍ଡର ହେଥର ୱାଟସନଙ୍କୁ ହରାଇ ଶୀର୍ଷ ୪ରେ ସ୍ଥାନ ହାସଲ କରିଥଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.