ଓଷ୍ଟ୍ରାଭା ଓପନ ଡବଲ୍ଡ ଫାଇନାଲରେ ସାନିଆ ମୀର୍ଜା

author img

By

Published : Sep 25, 2021, 10:56 PM IST

Sania Mirza in doubles final at Ostrava Open

ଓଷ୍ଟ୍ରାଭା ଓପନ WTA ଟେନିସ ଚମ୍ପିଆନସିପରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟୀ ପ୍ରଦର୍ଶନ ଜାରି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଓଷ୍ଟ୍ରାଭା ଓପନ WTA ଟେନିସ ଚମ୍ପିଆନସିପରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟୀ ପ୍ରଦର୍ଶନ ଜାରି । ମହିଳା ଡବଲ୍ସ ଫାଇନାଲରେ ଚାଇନିଜ ପାର୍ଟନର ଝାଙ୍ଗ୍‌ ସୁଆଇଙ୍କ ସହ ଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜାପାନର ଏରି ହୋଜୁମି ଓ ମକୋଟୋ ନିନୋମିୟାଙ୍କୁ ୬-୨, ୭-୫ ସିଧାସଳଖ ସେଟ୍‌ରେ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି ସାନିଆ ଓ ସୁଆଇ ଯୋଡି । ଏହି ମ୍ୟାଚ୍‌ ଏକ ଘଣ୍ଟା ୨୦ ମିନିଟ୍‌ ଧରି ଖେଳାଯାଇଥିଲା ।

ଦ୍ବିତୀୟ ସେମିଫାଇନାଲର ବିଜେତା ଯୋଡି ସାନିଆ ଓ ସୁଆଇଙ୍କ ସହ ଫାଇନାଲ ଖେଳିବେ । ଦ୍ବିତୀୟ ସେମିଫାଇନାଲ ମୁକାବିଲା ୟୁଏସଏର ପୋଲା'ଡ ମାଗଡା ଲିନେଟ ଓ ବର୍ନାର୍ଡା ପେରା ଓ ଆମରିକାନ କିୱି ଟିମ କେଇଟଲିନ ଖ୍ରୀଷ୍ଟିଆନ ଓ ଏରିନ ରୋଉଟଲିଫଙ୍କ ମଧ୍ୟରେ ହେବ ।

ପୂର୍ବରୁ ସାନିଆ ଓ ଝାଙ୍ଗ, କାଜାଖିସ୍ତାନର ଆନା ଡାନିଲିଆନା ଓ ବେଲାରୁସର ଲିଡଜିୟା ମୋରୋଜାଭାଙ୍କୁ ୬-୩, ୨-୬, ୧୦-୬ ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.