Luxembourg Open: କ୍ବାଟର ଫାଇନାଲରେ ସାନିଆ-ସୁଆଇ

author img

By

Published : Sep 16, 2021, 4:40 PM IST

Luxembourg Open: କ୍ବାଟର ଫାଇନାଲରେ ସାନିଆ-ସୁଆଇ

ଲଗ୍ସମବର୍ଗ ଓପନ ଡବଲ୍ସରେ କ୍ବାଟର ଫାଇନାଲରେ ପହଞ୍ଚିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ଯୋଡ଼ିଦାର ସୁଆଇ ଝାଙ୍ଗ । ଅଧିକ ପଢନ୍ତୁ...

ବର୍ଲିନ୍‌: ଲଗ୍ସମବର୍ଗ ଓପନ ଡବଲ୍ସରେ କ୍ବାଟର ଫାଇନାଲରେ ପହଞ୍ଚିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ତାଙ୍କ ଯୋଡ଼ିଦାର ସୁଆଇ ଝାଙ୍ଗ । ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଜର୍ମାନୀର ଟାଇସିଆ ମୋରଡରଜର୍‌ ଓ ୟାନା ମୋରଡରଜର୍‌ଙ୍କୁ ମାତ ଦେଇଛନ୍ତି ସାନିଆ ଓ ସୁଆଇ । ଦୁଇଟି ସିଦ୍ଧା ସେଟରେ ଏହି ବିଜୟ ହାସଲ କରିଛନ୍ତି ସାନିଆ ଓ ତାଙ୍କ ଯୋଡ଼ିଦାର ।

ପ୍ରଥମ ସେଟ୍‌ରେ ୬-୨ରେ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ସେଟ୍‌କୁ ୬-୩ରେ ବିଜୟ ହାସଲ କରିଛନ୍ତି ସାନିଆ ଓ ସୁଆଇ । ବର୍ତ୍ତମାନ ସୁଦ୍ଧା ସାନିଆ ମିର୍ଜା ୬ଟି ଯୁଗଳ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟ ହୋଇ ସାରିଛନ୍ତି । ସେପଟେ ସୁଆଇ ଝାଙ୍ଗ ବର୍ତ୍ତମାନ ସୁଦ୍ଧା ୨ଟି ଯୁଗଳ ଗ୍ଲାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ନିକଟରେ ସେ ଅଷ୍ଟ୍ରେଲିଆର ସାମନ୍ଥା ଷ୍ଟୋସୁରଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ ଡବଲ୍ସ ଟାଇଟଲ ହାତେଇଛନ୍ତି ।

ଏହି ଇଣ୍ଡୋ-ଚୀନ ଯୋଡ଼ି କ୍ବାଟର ଫାଇନାଲରେ ବେଲ୍‌ଜିୟମର ଖେଳାଳିଙ୍କୁ ଭେଟିବେ । ବେଲଜିୟମର ଗ୍ରୀଟ୍‌ ମିନେନ୍‌ ଓ ଆଲିସନ୍‌ ଭାନ ୟଭାଙ୍କ୍‌, ସାନିଆ ମିର୍ଜା ଓ ସୁଆଇ ଝାଙ୍ଗଙ୍କୁ ଭେଟିବେ । ଲଗ୍ସମବର୍ଗ ଓପନ ଡବଲ୍ସର ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ସାନିଆ ଓ ସୁଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.