ଟେନିସ ତାରକା ରାଫେଲ ନାଦାଲଙ୍କୁ କୋରୋନା

author img

By

Published : Dec 20, 2021, 10:15 PM IST

Rafael Nadal tests COVID-19 positive after Abu Dhabi exhibition event

ବିଶ୍ବ ଟେନିସ ମାନ୍ୟତାର ପୂର୍ବତନ ନମ୍ବର 1 ଖେଳାଳି ରାଫେଲ ନାଦାଲ ସୋମବାର COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ମାଦ୍ରିଦ(ସ୍ପେନ୍‌): ବିଶ୍ବ ଟେନିସ ମାନ୍ୟତାର ପୂର୍ବତନ ନମ୍ବର 1 ଖେଳାଳି ରାଫେଲ ନାଦାଲ ସୋମବାର COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । 20 ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିଅନ ସ୍ପାନିଆର୍ଡ ଗତ ସପ୍ତାହରେ ଆବୁଧାବିରେ ଖେଳାଯାଇଥିବା ବିଶ୍ବ ଟେନିସ ଚାମ୍ପିଅନସିପ୍‌ରେ ଆକ୍ସନକୁ ଫେରିଥିଲେ ।

  • Hola a todos. Quería anunciaros que en mi regreso a casa tras disputar el torneo de Abu Dhabi, he dado positivo por COVID en la prueba PCR que se me ha realizado al llegar a España.

    — Rafa Nadal (@RafaelNadal) December 20, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: BWF World championships: ବିଶ୍ବ ଚାମ୍ପିଅନରୁ ବଞ୍ଚିତ ଶ୍ରୀକାନ୍ତ, ରୌପ୍ୟ ଜିତି ଇତିହାସ ରଚିଲେ

ମାତ୍ର ସ୍ବଦେଶ ଫେରିବା ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଟ୍ବିଟ୍‌ ଯୋଗେଁ ଜଣାଇଛନ୍ତି ।

ନାଦାଲ ମେଲବୋର୍ଣ୍ଣରେ ଜାନୁଆରୀ 4ରୁ ଖେଳାଯିବାକୁ ଥିବା ATP 250 ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ ସୂଚୀ ରହିଛି । ଚଳିତ ବର୍ଷ ସିଟି ଓପନ ପରେ କୌଣସି ATP ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିନାହାନ୍ତି ନାଦାଲ । 20 ଥର ଗ୍ରାଣ୍ଡ ସ୍ଲାମ୍‌ ଚାମ୍ପିଅନ୍‌ ବର୍ତ୍ତମାନ ATP ମାନ୍ୟତାର 6 ନମ୍ବର ସ୍ଥାନରେ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.