ଜ୍ବେରେବଙ୍କୁ ହରାଇ ୟୁଏସ ଓପନ ଫାଇନାଲରେ ଜୋକଭିକ୍‌

author img

By

Published : Sep 11, 2021, 5:14 PM IST

NOVAK DJOKOVIC OVERCOMES ZVEREV IN FIVE SETS TO CLASH WITH MEDVEDEV FOR TITLE

ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ ଓପନ ଫାଇନାଲରେ ପହଞ୍ଚିଛନ୍ତି, ବିଶ୍ବର ନମ୍ବର ୧ ଖେଳାଳି ସର୍ବିୟାର ନୋଭାକ ଜୋକଭିକ୍‌ । ଅଧିକ ପଢନ୍ତୁ...

ନ୍ୟୁୟର୍କ: ୟୁଏସ ଓପନ ଫାଇନାଲରେ ପହଞ୍ଚିଲେ ବିଶ୍ବର ନମ୍ବର ୧ ଖେଳାଳି ସର୍ବିୟାର ନୋଭାକ ଜୋକଭିକ୍‌ । ସେମିଫାଇନାଲରେ ଆଲେକଜାଣ୍ଡର ଜ୍ବେରେବଙ୍କୁ ହରାଇ ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ ଓପନ ଫାଇନାଲରେ ପହଞ୍ଚିଛନ୍ତି ।

ଜୋକଭିକ ସେମିଫାଇନାଲ ମୁକାବିଲାରେ ଜ୍ବେରେବଙ୍କୁ ୪-୬, ୬-୨, ୬-୪, ୪-୬ ଓ ୬-୨ ସେଟ୍‌ରେ ହରାଇ ଫାଇନାଲରେ ସ୍ଥାନ ପକା କରିଛନ୍ତି । ଏଥିସହ କ୍ୟାଲେଣ୍ଡର ସ୍ଲାମ ପୂରଣ କରିବାକୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ।

ଜୋକଭିକ ଯଦି ଫାଇନାଲ ମୁକାବିଲାରେ ବିଜୟୀ ହୁଅନ୍ତି, ତେବେ ସେ ୧୯୬୯ରେ ରୋଡ୍‌ ଲେବେରଙ୍କ ପରେ ଗୋଟିଏ ସିଜିନରେ ୪ଟି ବଡ ଟ୍ରଫି ବିଜେତା ପ୍ରଥମ ବ୍ୟକ୍ତି ହେବେ ।

ଟାଇଟେଲ ଲଢେଇରେ ଜୋକଭିକଙ୍କ ସାମ୍ନା ଡାନିଲ ମେଡେଭେଡେବଙ୍କ ସହ ହେବ । ଜୋକଭିକ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍‌ ଓପନ ଓ ୱିମ୍ବଲଡନ ଟାଇଟେଲ ମଧ୍ୟ ଜିତିଛନ୍ତି । ଯଦି ୟୁଏସ ଓପନ ଟାଇଟେଲ ଜିତିବାରେ ସଫଳ ହୁଅନ୍ତି, ତେବେ ଜୋକଭିକ ନିଜ କ୍ୟାରିୟରର ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ହାସଲ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.