Australian Open: ଅଭ୍ୟାସ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଏମ୍ମା ରାଡୁକାନୁ

author img

By

Published : Jan 2, 2022, 6:24 AM IST

Emma Raducanu withdraws from Australian Open warm-up tournament in Melbourne

ୟୁଏସ ଓପନ 2021 ଚାମ୍ପିଅନ ଏମ୍ମା ରାଡୁକାନୁ ଚଳିତ ସପ୍ତାହର ଅଷ୍ଟ୍ରେଲିଆ ଓପନ ୱାର୍ମ-ଅପ୍‌ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଇନ୍ତି । COVID-19 ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଥିଲେ ରାଡୁକାନୁ । ଅଧିକ ପଢନ୍ତୁ

ମେଲବର୍ଣ୍ଣ(ଅଷ୍ଟ୍ରେଲିଆ): ୟୁଏସ ଓପନ 2021 ଚାମ୍ପିଅନ ଏମ୍ମା ରାଡୁକାନୁ ଚଳିତ ସପ୍ତାହର ଅଷ୍ଟ୍ରେଲିଆ ଓପନ ୱାର୍ମ-ଅପ୍‌ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଇନ୍ତି । COVID-19 ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଥିଲେ ରାଡୁକାନୁ । ସଂକ୍ରିମିତ ଚିହ୍ନଟ ହେବାପରେ ଆବୁଧାବିରେ ଡିସେମ୍ବର ୧୬-୧୮ ଆୟୋଜିତ ପ୍ରତିଯୋଗିତାରୁ ଓହରିଯାଇଥିଲେ ।

ମେଲବର୍ଣ୍ଣ ପାର୍କରେ ଅଷ୍ଟ୍ରେଲିଆ ଓପନ ଟୁର୍ନାମେଣ୍ଟ ପାଇଁ ବିଶ୍ବର ମହାମତମ ଖେଳାଳିଙ୍କୁ ନେଇ ଜାନୁଆରୀ ୩-୯ ୱାର୍ମ-ଅପ୍‌ ଟୁର୍ନାମେଣ୍ଟ ଆୟୋଜନର ସୂଚୀ ରହିଛି ।

୧୯ ବର୍ଷୀୟା ରାଡୁକାନୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଥିଲା । ମାତ୍ର ଏହି ପ୍ରତିଯୋଗିତାରୁ ସେ ଓହରି ଯାଇଛନ୍ତି । ବର୍ଷ ୨୦୨୨ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓପନ ଜାନୁଆରୀ ୧୭ରୁ ଆରମ୍ଭ ହେଉଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.