Adelaide International: ଡିଫେଣ୍ଡିଂ ଚାମ୍ପିଅନ ସ୍ବିଆତେକଙ୍କୁ ହରାଇ ଫାଇନାଲରେ ବାର୍ଟି

author img

By

Published : Jan 8, 2022, 10:50 PM IST

Adelaide International: Barty storms past Swiatek, to meet Rybakina in final

ଚଳିତ ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଇଗା ସ୍ବିଆତେକଙ୍କୁ ୬-୨, ୬-୪ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଅଷ୍ଟ୍ରେଲୀୟ ଟେନିସ ଷ୍ଟାର ତଥା ବିଶ୍ବ ନମ୍ବର ୧ ଆସଲେ ବାର୍ଟି । ଅଧିକ ପଢନ୍ତୁ

ଆଡିଲେଡ୍‌: ଚଳିତ ଆଡିଲେଡ୍‌ ଇଣ୍ଟରନ୍ୟାସନାଲ ସେମିଫାଇନାଲରେ ଅଷ୍ଟ୍ରେଲୀୟ ଟେନିସ ଷ୍ଟାର ତଥା ବିଶ୍ବ ନମ୍ବର ୧ ଆସଲେ ବାର୍ଟିଙ୍କ ଦମଦାର ପ୍ରଦର୍ଶନ । ଡିଫେଣ୍ଡିଂ ଚାମ୍ପିଅନ ଇଗା ସ୍ବିଆତେକଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ବାର୍ଟି । ଫାଇନାଲରେ କାଜାଖିସ୍ତାନର ଏଲେନା ରିବାକିନାଙ୍କୁ ଭେଟିବେ ବାର୍ଟି । ଟୁର୍ନାମେଣ୍ଟର ଦୁଇ ପୂର୍ବତନ ବିଜେତାଙ୍କ ମଧ୍ୟରେ କଡା ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲ । ନମ୍ବର ୧ ମାନ୍ୟତାରେ ଥିବା ବାର୍ଟି, ନମ୍ବର ୫ ସ୍ବିଆତେକଙ୍କୁ ୬-୨, ୬-୪ ସେଟ୍‌ରେ ହରାଇଛନ୍ତି । ଏହି ମ୍ୟାଚ୍‌ ଏକଘଣ୍ଟା ୨୭ ମିନିଟ୍‌ ଧକି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ବିମାନବନ୍ଦରରେ ଅଟକ ରହିଲେ ନୋଭାକ ଜୋକଭିକ

ଏହି ବିଜୟପରେ ବାର୍ଟି ନିଜ ଘରୋଇ ମାଟିରେ ପଞ୍ଚମ ଓ WTA ସ୍ତରୀୟ ୨୦ତମ ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ସ୍ବିଆତେକଙ୍କ ପାଇଁ ଏହା ଦ୍ବିତୀୟ ସିଧାସଳଖ ସେଟ୍‌ ପରାଜୟ । ଗତବର୍ଷ ମଧ୍ୟ ମାଦ୍ରିଦର ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୭-୫, ୬-୪ରେ ପରାସ୍ତ ହୋଇଥିଲେ । ସ୍ବିଆତେକଙ୍କ ଠାରୁ ୨୫ ବର୍ଷୀୟା ଅଷ୍ଟ୍ରେଲିଆନ ବାର୍ଟିଙ୍କ ବିଜୟ ପରିସଂଖ୍ୟାନ ୧୪- ୧୩ ରହିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.