ପ୍ରଥମ ଟି୨୦ ବିଶ୍ବକପ ଟାଇଟେଲ ବିଜୟ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସେଲିବ୍ରେସନ

author img

By

Published : Nov 15, 2021, 7:02 PM IST

Watch: Australian team celebrates after winning maiden T20 WC title

ଅଷ୍ଟ୍ରେଲୀୟ ଖେଳାଳି ମାଥ୍ୟୁ ୱେଡ୍‌ ଓ ମାର୍କସ ଷ୍ଟୋଇନିସ୍‌ ଟିମକୁ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ ବିଜୟୀ କରାଇବା ପରେ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି । ଅଧିକ ପଢନ୍ତୁ

ଦୁବାଇ: ଅଷ୍ଟ୍ରେଲୀୟ ଖେଳାଳି ମାଥ୍ୟୁ ୱେଡ୍‌ ଓ ମାର୍କସ ଷ୍ଟୋଇନିସ୍‌ ଟିମକୁ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ ବିଜୟୀ କରାଇବା ପରେ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି । ୱିକେଟ କିପର ୱେଡ୍‌ଙ୍କ ଜୋତାରେ କିଛି ପାନୀୟ ପିଇବା ସହ ଖୁସି ମନାଇଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ଟି-୨୦ ବିଶ୍ବକପ ଚମ୍ପିଆନ ହୋଇଛି । ଫାଇନାଲରେ ମିଚେଲ ମାର୍ଶ ଅପରାଜିତ ୭୭ ରନ୍‌ର ଧୂଆଁଧାର ଇଂନିସ ଖେଳି ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ନାୟକ ରହିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ସୋମବାର ଅଷ୍ଟ୍ରେଲିଆ ଡ୍ରେସିଂ ରୁମ୍‌ର ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ବିଜୟ ପରେ ଅଷ୍ଟ୍ରେଲୀୟ ଖେଳାଳି ଖୁସି ମନାଉଛନ୍ତି । ୱେଡ୍‌ ଓ ଷ୍ଟୋଇନିସ କିନ୍ତୁ ଖୁସି ମନାଇବାରେ ଟିକିଏ ଆଗରେ ରହିଥିଲେ । ୱେଡ୍‌ଙ୍କ ଜୋତାରେ ମଦ୍ୟପାନ କରିବା ପରେ ଅନ୍ୟ ଖେଳାଳିଙ୍କ ସହ ସାମିଲ ହୋଇଥିଲେ ।

ବିଜୟ ପରେ ଆରୋନ ଫିଞ୍ଚ୍‌ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ୍‌ର ଅନୁଭୂତି ସ୍ବତନ୍ତ୍ର ଓ ଏହି ବିଜୟ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ମହତ୍ତ୍ବପୂର୍ଣ୍ଣ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.