T20 World Cup: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ପାକିସ୍ତାନ ବିପକ୍ଷରେ ଫିଞ୍ଚ୍‌ଙ୍କ ବୋଲିଂ ନିଷ୍ପତ୍ତି

author img

By

Published : Nov 11, 2021, 7:19 PM IST

T20 World Cup: Australia won the toss elect to bowl first against pakistan

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଟିକେଟ ପାଇଁ ଲଢେଇ ହେଉଛି । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ଖେଳାଯାଉଛି ଦ୍ବିତୀୟ ସେମିଫାଇନାଲ ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଟିକେଟ ପାଇଁ ଲଢେଇ ହେଉଛି । ଟସ୍‌ ଜିତି ଅଷ୍ଟ୍ରଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ବାବର ଆଜମଙ୍କ ଟିମକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ପୂର୍ବରୁ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିସାରିଛି । ଫଳରେ ଏହି ମ୍ୟାଚ୍‌ର ବିଜେତା ନ୍ୟୁଜିଲାଣ୍ଡକୁ ଫାଇନାଲରେ ଭେଟିବ ।

ଚୁଡାନ୍ତ ଏକାଦଶ:

ପାକିସ୍ତାନ: ବାବର ଆଜମ(କ୍ୟାପଟେନ୍‌), ମହମ୍ମଦ ରିଜୱାନ(ୱିକେଟ କିପର)‌, ଫଖର ଜମନ, ମହମ୍ମଦ ହାଫିଜ, ଆସିଫ ଅଲୀ, ସୋଏବ ମଲିକ, ଇମାଦ ୱାସିମ, ସଦାବ ଖାନ, ହାସନ ଅଲୀ, ହାରିସ ରୌଫ, ସାହିନ ଶାହ ଆଫ୍ରିଦି ।

ଅଷ୍ଟ୍ରେଲିଆ: ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ୍‌( କ୍ୟାପଟେନ୍‌), ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ଗ୍ଳେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ୍‌(ୱିକେଟ କିପର), ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.