T20 WC; ଭାଙ୍ଗିଲା ପାକିସ୍ତାନ ବିଜୟ ଧାରା, ଫାଇନାଲରେ ଅଷ୍ଟ୍ରେଲିଆ

author img

By

Published : Nov 12, 2021, 7:06 AM IST

ଭାଙ୍ଗିଲା ପାକିସ୍ତାନ ବିଜୟ ଧାରା, ଫାଇନାଲରେ ଅଷ୍ଟ୍ରେଲିଆ

ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଦୁଇ ଦଳ ଭିତରେ ଏକ ରୋମାଞ୍ଚକର ସେମିଫାଇନାଲ ଲଢେଇ ଦେଖିବାକୁ ମିଳିଥିଲା । ୫ ୱିକେଟରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ଦୀର୍ଘ ୧୧ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଛି । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଟି-ଟେଣ୍ଟି ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଦୁଇ ଦଳ ଭିତରେ ଏକ ରୋମାଞ୍ଚକର ସେମିଫାଇନାଲ ଲଢେଇ ଦେଖିବାକୁ ମିଳିଥିଲା । ଅପରାଜେୟ ପାକିସ୍ତାନର ବିଜୟ ଧାରାରେ ବ୍ରେକ ଲାଗିଛି । ୫ ୱିକେଟରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ଦୀର୍ଘ ୧୧ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଛି । ଟି-୨୦ ବିଶ୍ବକପରୁ ବିଦା ହୋଇଛି ପାକିସ୍ତାନ ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ କରିଥିଲା । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ଫଖର ଜମନ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ପ୍ରଥମ ୱିକେଟ ଯୋଡିରେ ରିଜୱାନ ଓ କ୍ୟାପଟେନ ବାବର ଆଜମଙ୍କ ମଧ୍ୟରେ ୭୧ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଆଜମ ୩୪ ବଲ୍‌ରୁ ୩୯ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ସ୍ପିନର ଆଡାମ ଜାମ୍ପା ଦଶମ ଓଭରରେ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଫଖମ ଜମନ ରିଜୱାନଙ୍କ ସହ ମିଶି ପାକିସ୍ତାନ ଇଂନିସକୁ ଆଗକୁ ବଢାଇଥିଲେ । ରିଜୱାନ ୫୨ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୬୭ ରନ୍‌ର ଇଂନିସ ଖେଳିଛନ୍ତି । ଫଖର ଜମନ ୩୨ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୫ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ଓ ପାଟ କମିନ୍ସ, ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଅଷ୍ଟେଲିଆ । ଅଧିନାୟକ ଆରୋନ ଫିଞ୍ଚ ଖାତା ଖୋଲିନପାରି ଆଉଟ ହୋଇଥିଲେ । ପରେ ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ୨ୟ ୱିକେଟ ପତନ ବେଳକୁ ୫୧ ରନ ଯୋଡିଥିଲେ । ଏହାପରେ ଷ୍ଟିଭେନ ସ୍ମିଥ ଛକା ମାରିବାକୁ ଯାଇ ୫ ରନରେ ଆଉଟ ହୋଇଥିଲେ । ୱାରର୍ଣ୍ଣର ୩୦ ବଲରେ ୪୯ ରନ କରିଥିଲେ । ମାକ୍ସୱେଲ ୭ ରନ କରି ଆଉଟ ହୋଇଥିଲେ । ପରେ ମାର୍କସ ଷ୍ଟୋଇନିସ ମାଥ୍ୟୁ ୱେଡ ଲଢେଇ କରିଥିଲେ । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାକିସ୍ତାନ ମ୍ୟାଚକୁ ନିୟନ୍ତ୍ରଣରେ ରଖି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲା । ହେଲେ ମାଥ୍ୟୁ ବାଜି ପଲଟେଇ ଦେଇଥିଲେ । ଶେଷ ୫ ଓଭରରେ ଜିତିବା ପାଇଁ ୬୨ ରନ ଦରକାର ଥିଲା । ଏହାକୁ ୪ ଓଭରରେ ହାସଲ କରିନେଇଥିଲେ ମାଥ୍ୟୁ -ମାର୍କସ ଯୋଡି । ମାର୍କସ ଷ୍ଟୋଇନିସ ୩୧ ବଲରେ ୪୦ରନ କରି ଅପରାଜିତ ଥିଲେ । ୱେଡ ୧୯ତମ ଓଭରରେ ୩ଟି ବଲରେ ହାଟ୍ରିକ ଛକା ମାରି ଦଳକୁ ଜିତାଇଥିଲେ । ରବିବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ମାର୍କସ ୱେଡଙ୍କ ଦମଦାର ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ । ପାକିସ୍ତାନର ସଦ୍ଦାବ ଖାଁ ୪ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.