ୱାର୍ଣ୍ଣରଙ୍କୁ କୈଫଙ୍କ ପ୍ରଶଂସା, କହିଲେ ବେଳେବେଳେ ବିଳମ୍ବରେ ହୁଏ ସୂର୍ଯ୍ୟୋଦୟ

author img

By

Published : Nov 15, 2021, 10:45 PM IST

T20 WC: Sometimes 'sunrises' a bit late, says Kaif after Warner's performance

ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ପୂର୍ବତନ ଭାରତୀୟ ବ୍ୟାଟର ମହମ୍ମଦ କୈଫଙ୍କ ପ୍ରଶଂସା । ଅଧିକ ପଢନ୍ତୁ

ଦୁବାଇ: ପୂର୍ବତନ ଭାରତୀୟ ବ୍ୟାଟର ମହମ୍ମଦ କୈଫ ସୋମବାର ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ପ୍ରଶଂସା କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ ନୈରାଶାଜନକ ପ୍ରଦର୍ଶନ ପରେ ସଦ୍ୟ ସମାପ୍ତ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ରେ ଦମଦାର ପ୍ରତ୍ୟାବର୍ତ୍ତନ ସହ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ପ୍ରଂଶସାର ପାତ୍ର ହୋଇଛନ୍ତି ୱାର୍ଣ୍ଣର ।

ୱାର୍ଣ୍ଣର ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । ବାମହାତୀ ବ୍ୟାଟର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ 53 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ସମେତ ଟୁର୍ଣ୍ଣାମେଣ୍ଟରେ ମୋଟ ୨୮୯ ରନ ସଂଗ୍ରହ କରିଥିଲେ ।

  • In sports, like in life, never ever give up. In just a few weeks, David Warner went from not being good enough for his IPL team to Player of 2021 T20 World Cup. Sometimes Sunrises a bit late. pic.twitter.com/chiXGQuBrX

    — Mohammad Kaif (@MohammadKaif) November 15, 2021 " class="align-text-top noRightClick twitterSection" data=" ">

ଫାଇନାଲରେ ୱାର୍ଣ୍ଣରଙ୍କ ଉପଯୋଗୀ ଇଂନିସ ଅଷ୍ଟ୍ରେଲିଆକୁ ୮ ୱିକେଟର ବିଜୟରେ ବିଶେଷ ସହାୟକ ହୋଇଥିଲା ।

ଫଳରେ ୱାର୍ଣ୍ଣରଙ୍କ ଉଦ୍ଦେଶ୍ୟରେ କୈଫରେ ଟ୍ବିଟରେ ଉଲ୍ଲେଖ କହିଛନ୍ତି, "ଖେଳରେ ଘଟୁଥିବା ଘଟଣା ଜୀବନ ପରି, କେବେ ହାର୍‌ ମାନିବା ଉଚିତ ନୁହେଁ, ଡେଭିଡ ୱାର୍ଣ୍ଣର ନିଜର ଫର୍ମ ହରାଇ ନିଜର IPL ଟିମରୁ ଯାଇଥିଲେ ମାତ୍ର ଟି-୨୦ ବିଶ୍ବକପ ୨୦୨୧ର ଶ୍ରେଷ୍ଠ ଖେଳାଳି ହୋଇପାରିଲେ । ବେଳେବେଳେ ସୂର୍ଯ୍ୟୋଦୟ ବିଳମ୍ବରେ ହୁଏ ।"

IPL ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଖରାପ ଫର୍ମ ପାଇଁ ଚୁଡାନ୍ତ ଏକାଦଶରୁ ବାଦ୍‌ ଦେଇଥିଲା । ଏହାପରେ ସେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ ଟିମରେ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.