T20 WC: ରିଜୱାନ-ଜମନଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ ୧୭୭

author img

By

Published : Nov 11, 2021, 9:33 PM IST

Updated : Nov 11, 2021, 10:05 PM IST

T20 WC: Rizwan, Zaman star as pakistan set a target of 177 against Australia

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ଫଖର ଜମନ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ପ୍ରଥମ ୱିକେଟ ଯୋଡିରେ ରିଜୱାନ ଓ କ୍ୟାପଟେନ ବାବର ଆଜମଙ୍କ ମଧ୍ୟରେ ୭୧ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଆଜମ ୩୪ ବଲ୍‌ରୁ ୩୯ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ସ୍ପିନର ଆଡାମ ଜାମ୍ପା ଦଶମ ଓଭରରେ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଫଖମ ଜମନ ରିଜୱାନଙ୍କ ସହ ମିଶି ପାକିସ୍ତାନ ଇଂନିସକୁ ଆଗକୁ ବଢାଇଥିଲେ । ରିଜୱାନ ୫୨ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୬୭ ରନ୍‌ର ଇଂନିସ ଖେଳିଛନ୍ତି । ଫଖର ଜମନ ୩୨ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୫ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ଓ ପାଟ କମିନ୍ସ, ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 11, 2021, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.