T20 WC: ଏରସମସ, କେଟଲବୋର୍ଗ ରହିବେ ଫାଇନାଲ ମ୍ୟାଚ୍‌ ଅମ୍ପାୟାର

author img

By

Published : Nov 12, 2021, 10:23 PM IST

T20 WC: Erasmus and Kettleborough to officiate on-field in final, Nitin Menon named third umpire

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ICC ପୁରୁଷ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଖେଳାଯିବ । ଏହି ହାଇଭୋଲଟେଜ ନିର୍ଣ୍ଣାୟକ ମୁକାବିଲା ପାଇଁ ମ୍ୟାଚ୍‌ ଅଫିସିଆଲ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।

ମରଇସ ଏରସମସ ଓ ରିଚାର୍ଡ କେଟଲବୋର୍ଗ ଅନ୍‌ଫିଲ୍ଡ ଅମ୍ପାୟର ଦାୟିତ୍ବ ତୁଲାଇବେ । ସେହିପରି ଭାରତୀୟ ଅମ୍ପାୟର ନିତିନ ମେନନଙ୍କୁ ତୃତୀୟ ଅମ୍ପାୟର ଦାୟିତ୍ବ ଓ ଶ୍ରୀଲଙ୍କାର କୁମାର ଧର୍ମସେନାଙ୍କୁ ଚତୁର୍ଥ ଅମ୍ପାୟର ନିଯୁକ୍ତି ମିଳିଛି । ରଞ୍ଜଲ ମଦୁଗଲେ ମ୍ୟାଚ୍‌ ରେଫ୍ରୀ ଭାର ତୁଲାଇବେ ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫାଇନାଲ ମୁକାବିଲା ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ନ୍ୟୁଜିଲାଣ୍ଡ ୫ ୱିକେଟରେ ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଆଉ ଏକ କଡା ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ।

ସୁପର ୧୨ ପର୍ଯ୍ୟାୟରେ ଗ୍ରୁପ ୨ରେ ୫ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା ନ୍ୟୁଜିଲାଣ୍ଡ । ସେହିପରି ଅଷ୍ଟ୍ରେଲିଆ ଗ୍ରୁପ ୧ରେ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍‌ ଜିତି ଦ୍ବିତୀୟ ସ୍ଥାନରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.