ପାକିସ୍ତାନକୁ ସମର୍ଥନ ପରେ ସାନିଆଙ୍କୁ ସମାଲୋଚନା କଲେ ଭାରତୀୟ ଫ୍ୟାନ୍ସ

author img

By

Published : Nov 12, 2021, 6:17 PM IST

Sania Mirza Faces Backlash on Twitter For Supporting Pakistan in T20 World Cup 2021 Semifinal vs Australia

ଗୁରୁବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦର୍ଶକ ଗ୍ୟାଲେରୀଙ୍କୁ ସାନିଆଙ୍କୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଦୁବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ପୁଣି ଚର୍ଚ୍ଚାରେ । ଏଥର ନିଜର ଟେନିସ ଖେଳ ପାଇଁ ନୁହେଁ ବରଂ ଷ୍ଟାଡିୟମରେ ବସି କ୍ରିକେଟ ମ୍ୟାଚ୍‌ ଦେଖିବା ତାଙ୍କୁ ମହଙ୍ଗା ପଡିଛି । ଗୁରୁବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଦର୍ଶକ ଗ୍ୟାଲେରୀଙ୍କୁ ସାନିଆଙ୍କୁ ଦେଖିବାକୁ ମିଳିଥିଲା । କଡା ସଂଘର୍ଷପୂର୍ଣ୍ଣ ଏହି ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ବାମୀ ସୋଏବ ମଲିକଙ୍କୁ ଚିୟର କରୁଥିବା ନଜର ଆସିଥିଲେ ସାନିଆ ।

ପାକିସ୍ତାନ ଟିମ୍‌କୁ ୩୪ ବର୍ଷୀୟ ସାନିଆଙ୍କ ସମର୍ଥନ ବିବାଦର କାରଣ ହୋଇଛି । ଷ୍ଟାଡିୟମରେ ସାନିଆଙ୍କ ଉପସ୍ଥିତିକୁ କିଛି ଭାରତୀୟ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନାହାନ୍ତି । ଭାରତ ପ୍ରତି ବିଶ୍ବସ୍ତତା ଓ ସମର୍ଥନ ନେଇ ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍ସ । ପ୍ରତିଦିନ ସୀମାରେ ଆମ ଜବାନଙ୍କ ମୃତ୍ୟର କାରଣ ହେଉଥିବା ଶତୃଦେଶର ବିଜୟ ପାଇଁ ଚିୟର କରୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି କିଛି ଫ୍ୟାନ୍ସ । ଆଉ କିଛିଜଣ ସମସ୍ତ ସୀମା ପାର୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ସାନିଆଙ୍କ ଭାରତୀୟ ନାଗରିକତା ବାତିଲ କରିବାକୁ ଦାବି କରିଛନ୍ତି । ଆଉ କିଛି ଜଣ ପ୍ରଶ୍ନ କରିଛନ୍ତି ଯେ, ପାକିସ୍ତାନକୁ ସମର୍ଥନ କରିବା କେଉଁପରି 'ଭାରତୀୟ' ସାନିଆ ମୀର୍ଜା ?"

ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ଠାରୁ ଭାରତର ପରାଜୟ ସେମିଫାଇନାଲରୁ ବାଦ୍‌ ପଡିବାର ଅନ୍ୟତମ କାରଣ ହୋଇସାରିଛି । ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବଡ ଲକ୍ଷ୍ୟ ରଖିଥିଲା ।

ଜବାବରେ ଗୋଟିଏ ଓଭର ବାକିଥାଇ ଅଷ୍ଟ୍ରେଲିଆ ୫ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍‌ର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନୀ ଫିଲ୍ଡର ହାସନ ଅଲୀ ଏକ କ୍ୟାଚ୍‌ ହାତଛଡା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । କଙ୍ଗାରୁ ଟିମର ୱିକେଟ କିପର ବ୍ୟାଟର ମାଥ୍ୟୁ ୱେଡ୍‌ ହ୍ୟାଟ୍ରିକ୍‌ ଛକା ଲଗାଇ ଟିମକୁ ଫାଇନାଲ ଟିକେଟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.