ମହଙ୍ଗା କ୍ୟାଚ୍‌ ହାତଛଡା ପରେ ହାସନ ଅଲୀଙ୍କ କ୍ଷମାପ୍ରାର୍ଥନା

author img

By

Published : Nov 14, 2021, 6:28 PM IST

Ali apologises for his costly drop catch, urges fans to continue supporting him

ମୁହଁ ଖୋଲିଲେ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲୀ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ବକପ ସେମିଫାଇନାଲ ମ୍ୟାଚ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ହାତଛଡା କରିବା ପରେ ପାକିସ୍ତାନ ଫ୍ୟାନ୍ସଙ୍କ ତାଙ୍କୁ କଡା ସମାଲୋଚନା କରିଥିଲେ । ଅଧିକ ପଢନ୍ତୁ

କରାଚୀ: ମୁହଁ ଖୋଲିଲେ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲୀ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ବକପ ସେମିଫାଇନାଲ ମ୍ୟାଚ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ହାତଛଡା କରିବା ପରେ ପାକିସ୍ତାନ ଫ୍ୟାନ୍ସଙ୍କ ତାଙ୍କୁ କଡା ସମାଲୋଚନା କରିଥିଲେ । ତେବେ ମେନ୍‌ ଇନ ଗ୍ରୀନ୍‌ର ଷ୍ଟାର ଦ୍ରୁତ ବୋଲର ଅଲୀ ନିଜର ଏହି ପ୍ରଦର୍ଶନ ପାଇଁ ଫ୍ୟାନ୍ସଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ମ୍ୟାଚ୍‌ର ୧୯ତମ ଓଭରରେ ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟର ମାଥ୍ୟୁ ୱେଡ୍‌ଙ୍କ ଏକ କ୍ୟାଚ୍‌ ଡିପ୍‌ ମିଡ୍‌ୱିକେଟ୍‌ରେ ଫିଲ୍ଡିଂ କରୁଥିବା ହାସନ ଅଲୀ ହାତଛଡା କରିଥିଲେ । ସାହିନ ଆଫ୍ରିଦି ଏହି ଓଭର ବୋଲିଂ କରୁଥିଲେ । କ୍ୟାଚ୍‌ ହାତଛଡା କରିବା ପରେ ୱେଡ୍‌ ଲଗାତାର ତିନୋଟି ଛକା ଲଗାଇ ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡାଇ ନେଇଥିଲେ । ଫଳରେ ୫ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ ହେବାସହ ଫାଇନାଲରେ ପ୍ରବେଶ କରିଥିଲା । ମ୍ୟାଚ୍‌ ପରେ କ୍ୟାପଟେନ ବାବର ଆଜମ, ହାସଲ ଅଲୀଙ୍କ କ୍ୟାଚ୍‌ ହାତଛଡା କରିବାକୁ ମ୍ୟାଚ୍‌ର ମୋଡ ବଦଳିଯାଇଥିଲା ବୋଲି ଦର୍ଶାଇଥିଲେ ।

  • میرا سینہ تیری حُرمت کا ہے سنگین حصار،
    میرے محبوب وطن تُجھ پہ اگر جاں ہو نثار

    میں یہ سمجھوں گا ٹھکانے لگا سرمایہِ تن،
    اے میرے پیارے وطن 💚🇵🇰 pic.twitter.com/4xiTS0hAvx

    — Hassan Ali 🇵🇰 (@RealHa55an) November 13, 2021 " class="align-text-top noRightClick twitterSection" data=" ">

ଏଥିସହ ସେମିଫାଇନାଲ ମୁକାବିଲା ପୂର୍ବରୁ ଅପରାଜେୟ ଥିବା ପାକିସ୍ତାନର ବିଶ୍ବକପ ଅଭିଯାନ ଶେଷ ହୋଇଯାଇଥିଲା ।

ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ହାସଲ ଅଲୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି, " ମୁଁ ଜାଣେ ମୋ ଉପରେ ସମସ୍ତେ ଖପ୍ପା କାରଣ ମୋ ପ୍ରଦର୍ଶନ ଆପଣଙ୍କ ଆଶାକୁ ଶେଷ କରିଦେଲା । ମାତ୍ର ମୋ ଠାରୁ କେହି ଅଧିକ ମର୍ମାହତ ନୁହଁନ୍ତି । ମୋ ଠାରୁ ଆପଣଙ୍କ ଆଶା ମନୋଭାବ ବଦଳାନ୍ତୁ ନାହିଁ । ପାକିସ୍ତାନ କ୍ରିକେଟରୁ ସର୍ବୋଚ୍ଚ ସ୍ତରରେ ସେବା କରିବାକୁ ମୁଁ ଚାହେଁ, ସେଥିପାଇଁ ଏବେ କଠିନ ପରିଶ୍ରମକୁ ଫେରିବା ।"

ପାକିସ୍ତାନର ୨୦୧୭ ଚମ୍ପିଆନ୍ସ ଟ୍ରଫି ସଫଳ ଯାତ୍ରାର ଷ୍ଟାର ଅଲୀ, ଟି-୨୦ ବିଶ୍ବକପ ସେମିଫାଇନାଲ ମୁକାବିଲାରେ କ୍ୟାଚ ହାତଛଡା କରିବା ପରେ ନ୍ୟାସନାଲ ଭିଲେନ ହୋଇଯାଇଥିଲେ । ସାମାଜିକ ଗଣମାଧ୍ୟମରେ ତାଙ୍କୁ ଅନେକ ଲୋକେ ଟ୍ରୋଲ କରିଛନ୍ତି ।

ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚ୍‌ ରବିବାର ସନ୍ଧ୍ୟାରେ ଦୁବାଇରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.