Wrestlers vs WFI : WFI ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ, ମେରୀକମଙ୍କ ନେତୃତ୍ବାଧୀନ କମିଟି କରିବ ତଦନ୍ତ

author img

By

Published : Jan 24, 2023, 6:58 AM IST

ମେରୀକମ

ଭାରତୀୟ କୁସ୍ତି ମହାସଂଘର (WFI) ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ଅଭିଯୋଗ ମାମଲାର ଯାଞ୍ଚ ପାଇଁ ଗଠିତ କମିଟିର ଅଧ୍ୟକ୍ଷତା କରିବେ ମେରୀକମ । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଭାରତର କିମ୍ବଦନ୍ତୀ ବକ୍ସର ମେରୀକମଙ୍କ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି କ୍ରୀଡ଼ା ମନ୍ତ୍ରଣାଳୟ । ଭାରତୀୟ କୁସ୍ତି ମହାସଂଘର (WFI) ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ଅଭିଯୋଗ ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଛି । ଏହି କମିଟିର ଅଧ୍ୟକ୍ଷତା କରିବେ ମେରୀକମ । WFI ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଏହି ସଙ୍ଗୀନ ଅଭିଯୋଗ ମାମଲା ପାଇଁ ପାଞ୍ଚ ଜଣିଆ ମନିଟରିଙ୍ଗ କମିଟି ଗଠନ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ଏହି କମିଟିର ଅଧ୍ୟକ୍ଷା ରହିଛନ୍ତି ବକ୍ସର ମେରୀକମ ।

  • Boxer MC Mary Kom to head Oversight Committee for Wrestling Federation of India.

    Olympic medallist Yogeshwar Dutt, Dhyanchand awardee Trupti Murgunde, SAI member Radhica Sreeman and ex-CEO TOPS Cdr Rajesh Rajagopalan (Retd) also part of the committee pic.twitter.com/Dj1fUXP7LZ

    — ANI (@ANI) January 23, 2023 " class="align-text-top noRightClick twitterSection" data=" ">

ଏହି ପ୍ୟାନେଲରେ ଥିବା ଅନ୍ୟ ସଦସ୍ୟ ହେଲେ, ଅଲମ୍ପିକା ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ଏବଂ ମିଶନ ଅଲମ୍ପିକ ସେଲର ସଦସ୍ୟ ତୃପ୍ତି ମୁରଗୁଣ୍ଡେ, ଟୋପ୍ସକେ ପୂର୍ବ ସିଇଓ ରାଜଗୋପାଳନ ଏବଂ ଭାରତୀୟ ଖେଳ ପ୍ରାଧିକରଣର (SAI) ପୂର୍ବ କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଧୀକା ଶ୍ରୀମାନ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ କମିଟି ବାବଦରେ ସୋମାବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଏହି ଘଟଣା ବାବଦରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି "ଯେମିତି ମୁଁ ପୂର୍ବରୁ ଘୋଷଣା କରିଥିଲି ନିରିକ୍ଷଣ ସମିତି କେବଳ WFIର ପ୍ରତିଦିନ କାର୍ଯ୍ୟକୁ ତଦାରଖ କରିବ ନାହିଁ । ଏହା ସହିତ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଅଭିଯୋଗ ହୋଇଥିବା ଘଟଣାର ମଧ୍ୟ ତଦନ୍ତ କରିବ । କ୍ରୀଡା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ ।"

ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରୁଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଧିକ କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଶୁକ୍ରବାର ବିଳମ୍ବିତ ରାତିରେ ପ୍ରତ୍ୟାହୃତ ହୋଇଥିଲା । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦ୍ବିତୀୟ ଥର ଆଲୋଚନା ପରେ ବିରୋଧ ପ୍ରଦର୍ଶନ ବନ୍ଦ ହୋଇଛି । ବ୍ରୁଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ନେଇ ଏକ ଟିମ ଗଠନ କରାଯାଇ ଯାଞ୍ଚ୍‌ କରାଯିବ ବୋଲି କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ସେପଟେ ଉତ୍ତରପ୍ରଦେଶ ଅଯୋଧ୍ୟରେ ହେବାକୁ ଥିବା ଭାରତୀୟ କୁସ୍ତି ଫେଡେରେସନ ବୈଠକକୁ ସ୍ଥଗିତ ରଖାଯାଇଛି । ବିଜେପି ସାଂସଦ ଏବଂ କୁସ୍ତି ଫେଡେରସନର ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହ ଜାନୁଆରୀ ୨୨ ତାରିଖରେ AGM ବୈଠକ ଡକାଇଥିଲେ । ଏବେ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଏହି ବେଠକ ବସିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.