World Wrestling Championships: ବ୍ରୋଞ୍ଜ ଜିତିଲେ ବଜରଙ୍ଗ, 4 ପଦକ ଜିତିବାରେ ପ୍ରଥମ ଭାରତୀୟ

author img

By

Published : Sep 19, 2022, 7:47 AM IST

World Wrestling Championships

ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ପୁରୁଷ ଫ୍ରିଷ୍ଟାଇଲ 65 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ବଜରଙ୍ଗ ପୁନିଆ । ଅଧିକ ପଢନ୍ତୁ

ବେଲଗ୍ରେଡ: ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତୀୟ କୁସ୍ତି ଯୋଦ୍ଧାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ପଦକ ଭେଟି ଦେଉଛନ୍ତି କୁସ୍ତି ଯୋଦ୍ଧା । ମହିଳା ବର୍ଗରେ ଭିନେଶ ଫୋଗଟଙ୍କ ବ୍ରୋଞ୍ଜ ସଫଳତା ପରେ ବଜରଙ୍ଗ ପୁନିଆ ଆଉ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି (Bajrang Punia Captures Bronze At World Wrestling Championships) । ଏଥିସହ ଏହି ଇଭେଣ୍ଟରେ 4ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡ ସ୍ଥାପନା କରିଛନ୍ତି ବଜରଙ୍ଗ ।

  • 4️⃣th Worlds medal for @BajrangPunia 🤼‍♂️

    Our Tokyo Olympics BRONZE medalist has bagged a BRONZE🥉 again. This time at the Wrestling World Championships (FS 65kg) in Belgrade🤩

    His World Championships CV now:

    SILVER - 2018
    BRONZE - 2013, 2019, 2022#WrestleBelgrade pic.twitter.com/vF1kOEEflL

    — SAI Media (@Media_SAI) September 18, 2022 " class="align-text-top noRightClick twitterSection" data=" ">

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ବଜରଙ୍ଗ ପୁରୁଷ ଫ୍ରି ଷ୍ଟାଇଲ 65 କେଜି ବର୍ଗରେ ପୁର୍ତ୍ତୋରିକୋର ସେବାଷ୍ଟିଆନ ସି ରିଭେରା (Rivera)ଙ୍କୁ 11-9 ପଏଣ୍ଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ବଜରଙ୍ଗ କ୍ବାର୍ଟର ଫାଇନାଲରେ ଆମେରିକାର ଜନ ମାଇକେଲ ଡାଆକୋମିହାଲିସ୍‌ (John Michael Diakomihalis)ଙ୍କ ଠୁ ହାରିଯାଇଥିଲେ । ରିପିଚେଜ ରାଉଣ୍ଡରେ ଆର୍ମେନିଆର ଭାଗଜେନ ଟେଭାନାୟାଙ୍କୁ 7-6ରେ ପରାସ୍ତ କରି ବ୍ରୋଞ୍ଜ ପଦକ ମୁକାବିଲାକୁ ଯୋଗ୍ୟତା ଅର୍ଜନ କରିଥିଲେ । ବିଶ୍ବ ଚମ୍ପିଆନସିପରେ ବଜରଙ୍ଗଙ୍କର ଏହା ଚତୁର୍ଥ ପଦକ । ପୂର୍ବରୁ 2018ରେ ରୌପ୍ୟ, 2013 ଓ 2019ରେ ବ୍ରୋଞ୍ଜ ପଦକ ଜିତିଥିଲେ । ନିକଟରେ ବର୍ମିଂହାମରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ୬୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Ind vs Eng Womens ODI : ସ୍ମୃତି ମାନ୍ଧନାଙ୍କ ଧୂଆଁଧାର ବ୍ୟାଟିଂ, ୭ ୱିକେଟରେ ଜିତିଲା ଭାରତ

ପ୍ରକାଶ ଥାଉ କି, ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ମହିଳା 53 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ଭିନେଶ ଫୋଗଟ । ବିଶ୍ବ ଚମ୍ପିଆନସିପରେ 2ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ଭିନେଶ । ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ 8-0ରେ ପରାସ୍ତ କରି ସଫଳତା ପାଇଥିଲେ । ବିଶ୍ବ ଚମ୍ପିଆନସିପରେ ଭିନେଶଙ୍କର ଏହା ଦ୍ବିତୀୟ କାଂସ୍ୟ ପଦକ । କୁସ୍ତି ଯୋଦ୍ଧାରେ ଭିନେଶ ଓ ବଜରଙ୍ଗଙ୍କ ଏହି ସଫଳତା ପାଇଁ ଚଳିତ ଚମ୍ପିଆନସିପରେ ଭାରତକୁ 2ଟି ପଦକକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.