ସମ୍ବଲପୁରରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ବ୍ୟାପକ ସମ୍ବର୍ଦ୍ଧନା

author img

By

Published : Sep 24, 2021, 6:21 PM IST

Updated : Sep 24, 2021, 7:02 PM IST

Sambalpur felicitates Paralympic gold medalist Pramod bhagat

ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବଲପୁରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ...

ସମ୍ବଲପୁର: ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବଲପୁରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ସୁନାପୁଅ ପ୍ରମୋଦଙ୍କୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ପ୍ରମୋଦ ସମ୍ବଲପୁରରେ ପହଞ୍ଚିବାପରେ ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହିତ ମା'ଙ୍କ ଆଶୀର୍ବାଦ ନେଇଥିଲେ ।

ସମ୍ବଲପୁରରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ବ୍ୟାପକ ସମ୍ବର୍ଦ୍ଧନା

ପରେ ସମ୍ବଲପୁର ବ୍ୟାଡ୍‌ମିଣ୍ଟନ ଆସୋସିଏସନ ପକ୍ଷରୁ ପ୍ରମୋଦଙ୍କୁ ସ୍ବାଗତ କରିବା ପାଇଁ ସମଲେଶ୍ବରୀ ମନ୍ଦିରରୁ ଫାର୍ମ ରୋଡ଼, ମୁଦୀପଡା ଛକ, ଚର୍ଚ୍ଚ ଛକ, ଅଇଁଠାପାଲି ଛକ, ଲକ୍ଷ୍ମୀ ଟକିଜ ଛକ ଦେଇ ଏକ ବାଇକ ଶୋଭାଯାତ୍ରା ହୋଇଥିଲା । ପ୍ରମୋଦଙ୍କୁ ଖୋଲା ଜିପ୍‌ରେ ସହର ସାରା ବୁଲା ଯାଇଥିଲା। ଏହି ଅବସରରେ ଲକ୍ଷ୍ମୀ ଟକିଜ ଛକ ନିକଟରେ ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ପ୍ରମୋଦଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ନିଜେ ପ୍ରମୋଦଙ୍କୁ ସ୍ବାଗତ କରି ଷ୍ଟେଜ ଉପରକୁ ପାଛୋଟି ନେବା ସହ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଜିଲ୍ଲାର ଭି ଏସ ଏସ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରମୋଦଙ୍କ ଏହି ସମ୍ବଲପୁର ଗସ୍ତ ସମୟରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated :Sep 24, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.