Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

author img

By

Published : Sep 8, 2022, 1:34 PM IST

Updated : Sep 8, 2022, 4:36 PM IST

Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ର ପୁଲ୍‌ ସୂଚୀ ଜାରି ହୋଇଛି । ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ସହିତ ପୁଲ୍‌ Dରେ ଭାରତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି (ଗୁରୁବାର) ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ପୁଲ୍‌(FIH Odisha Hockey World Cup 2023) ଘୋଷଣା ହୋଇଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ଉପସ୍ଥିତିରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଛନ୍ତି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ହକି ବିଶ୍ବକପ ପୁଲ୍‌ Dରେ ଖେଳିବ ଭାରତ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନଜର ପକାନ୍ତୁ ପୁରୁଷ ହକି ବିଶ୍ବକପ ୨୦୨୩ର ପୁଲ୍‌ ଉପରେ

ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଛନ୍ତି ।

ପୁଲ୍‌ A: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ପ୍ରାନ୍ସ , ଦକ୍ଷିଣ ଆଫ୍ରିକା

ପୁଲ୍‌ B: ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ

ପୁଲ୍‌ C: ନେଦଲରାଣ୍ଡ୍‌ସ, ଚିଲି, ମାଲେସିଆ, ନ୍ୟୁଜିଲାଣ୍ଡ

ପୁଲ୍‌ D: ଭାରତ, ଇଂଲଣ୍ଡ, ସ୍ପେନ, ୱେଲ୍ସ

  • The DRAW is set in stone, and we will have England, Spain, and Wales as our companion in Pool D for the FIH Odisha Hockey Men's World Cup 2023 Bhubaneswar-Rourkela.

    Share your thoughts on the draw. 👇 pic.twitter.com/lijw7zVhmq

    — Hockey India (@TheHockeyIndia) September 8, 2022 " class="align-text-top noRightClick twitterSection" data=" ">

ଭାରତ ସହ ପୁଲ୍‌ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, FIH ଅଧିକାରୀ, ହକି ଇଣ୍ଡିଆ ଅଧିକାରୀ, ଓଡିଶା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ ।

ଜାରି ହେଲା ଖେଳସୂଚୀ
ଜାରି ହେଲା ଖେଳସୂଚୀ

ଏହା ବି ପଢନ୍ତୁ...ଓଡିଆ ଝିଅ ଅପରାଜିତା ଭାରତୀୟ ଚେସ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ

୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାରେ ଖେଳାଯିବ ଏହି ମେଗା ବିଶ୍ଵକପ ଟୁର୍ଣ୍ଣାମେଣ୍ଟ । ଭୁବନେଶ୍ବର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ ରାଉରକେଲାର ଖେଳାଯିବ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ । ୫ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ଗତକାଲି ରାଉରକେଲାର ବିର୍ସାମୁଣ୍ଡ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ଏଫଏଚଆଇ ଦଳ ଟିମ । ଷ୍ଟାଡିୟମରେ ଏକ ହକି ଅଭ୍ୟାସ କେନ୍ଦ୍ରର ଉଦଘାଟନ ହୋଇଛି । ପୁରୁଷ ବିଶ୍ବକପ ହକିର ଏହି ସଂସ୍କରଣକୁ ମିଶାଇ ଭାରତ ବିଶ୍ବର ପ୍ରଥମ ଦେଶ ହେବାକୁ ଯାଉଛି, ଯିଏକି ସର୍ବାଧିକ ୪ ଥର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମଧ୍ୟ ଓଡିଶା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ରେକର୍ଡ କରିବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 8, 2022, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.