ଜନ୍ମମାଟିରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅତାବିରାରେ ଜନସମୁଦ୍ର

author img

By

Published : Sep 21, 2021, 4:00 PM IST

Updated : Sep 21, 2021, 4:19 PM IST

Paralympics Gold medalist pramod bhagat returns to baragarh

ଜନ୍ମ ମାଟିକୁ ଫେରିଲେ ପାରାଲମ୍ପିକ ସ୍ବର୍ଣ୍ଣ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

ଅତାବିରା(ବରଗଡ): ଜନ୍ମ ମାଟିକୁ ଫେରିଲେ ପାରାଲମ୍ପିକ ସ୍ବର୍ଣ୍ଣ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଜାପାନର ଟୋକିଓ ଠାରେ ହୋଇଥିବା ପାରାଲମ୍ପିକ ଖେଳରେ ଦେଶ ପାଇଁ ଗୌରବ ଆଣିଥିବା ବରଗଡ଼ ଜିଲ୍ଲା ଅତାବିରା ମାଟିର ସୁନାପୁଅ ପ୍ରମୋଦ ଭଗତ ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି ।

ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜନସମୁଦ୍ର ଲାଗି ରହିଥିଲା । ପ୍ରମୋଦ ଭଗତ ପ୍ରଥମେ ଗୋଡ଼ଭଗାସ୍ଥିତ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ । ତେବେ ଅଞ୍ଚଳବାସୀ ସେଠାରେ ତାଙ୍କୁ ସ୍ବାଗତ କରିବା ସହିତ ଏକ ବିରାଟ ବାଇକ ରାଲି ଦ୍ବାରା ଅତାବିରା ଦୁର୍ଗା ମନ୍ଦିରରେ ପହଞ୍ଚିଥିଲେ । ଟୋକିଓ ଯିବା ପୂର୍ବରୁ ପ୍ରମୋଦ ଭଗତ ମା ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରି ଖେଳିବା ପାଇଁ ଯାଇଥିଲେ ।

ଜନ୍ମମାଟିରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅତାବିରାରେ ଜନସମୁଦ୍ର

ସେଠାରେ ଐତିହାସିକ ସ୍ଵର୍ଣ୍ଣ ପଦକ ଜିତି ଜନ୍ମ ମାଟିକୁ ଫେରିଲା ପରେ ପ୍ରଥମେ ମା ଦୁର୍ଗାଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥିଲେ । ପ୍ରମୋଦଙ୍କ ସଫଳତା ପଛରେ ଅତାବିରା ଅଞ୍ଚଳବାସୀଙ୍କ ସହଯୋଗ ଏବଂ ସମର୍ଥନ ତଥା ମା ଦୁର୍ଗାଙ୍କ କୃପା ରହିଥିବା ସେ ନିଜେ କହିଛନ୍ତି । ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଅତାବିରା ପହଞ୍ଚିଥିବା ଦେଖି ସୁନା ପୁଅ ପ୍ରମୋଦ ଭାବବିହ୍ଵଳ ହୋଇପଡିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :Sep 21, 2021, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.