World Atheletic Javelin Rank: ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା

author img

By

Published : May 23, 2023, 8:51 AM IST

Updated : May 23, 2023, 10:07 AM IST

World Atheletic Javelin Rank

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ ଜାଭେଲିନ ଥ୍ରୋ' ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛନ୍ତି ଅଲମ୍ପିକ ଚମ୍ପିଆନ ନୀରଜ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୁଣି ଦେଶ ପାଇଁ ଗୌରବ ଆଣିଛନ୍ତି ଅଲମ୍ପିକ୍ସ ଚମ୍ପିଆନ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ୱାଲ୍ଡ ନମ୍ବର ୱାନ୍ ହୋଇଛନ୍ତି । ବିଶ୍ବ ଜାଭେଲିନ ଥ୍ରୋ' ମାନ୍ୟତାରେ ଏକ ନମ୍ବରକୁ ଉନ୍ନିତ ହୋଇଛନ୍ତି ନୀରଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ମାନ୍ୟତାରେ ଏକ ନମ୍ବର ଜାଭେଲିନ ଫିଙ୍ଗାଳି ହୋଇଛନ୍ତି । 1455 ପଏଣ୍ଟ ସହ ବିଶ୍ବ ଚମ୍ପିଆନ ଜର୍ମାନୀର ଆଣ୍ଡରସନ ପିଟର୍ସଙ୍କୁ ଟପି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି 25 ବର୍ଷୀୟ ନୀରଜ ଚୋପ୍ରା ।

  • 🇮🇳's Golden Boy is now the World's No. 1⃣ 🥳

    Olympian @Neeraj_chopra1 attains the career-high rank to become World's No. 1⃣ in Men's Javelin Throw event 🥳

    Many congratulations Neeraj! Keep making 🇮🇳 proud 🥳 pic.twitter.com/oSW9Sxz5oP

    — SAI Media (@Media_SAI) May 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...WTC Final: କୋହଲିଙ୍କ ଉପରେ ଭରସା, ଆଜି କରିବେ ଇଂଲଣ୍ଡ ଗସ୍ତ

ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓ ଚଳିତ ଡାଇମଣ୍ଡ ଲିଗ୍‌ ଚମ୍ପିଆନ ନୀରଜ ଚୋପ୍ରାଙ୍କ ନାମରେ ବିଶ୍ବ ଜାଭେଲିନ ଥ୍ରୋ' ମାନ୍ୟତାରେ ଏକ ନମ୍ବର ହେବା ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛି । ବିଶ୍ବ ଆଥଲେଟିକ ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁସାରେ ଜାଭେଲିନ ଥ୍ରୋ' ମାନ୍ୟତାରେ ନୀରଜ ଚୋପ୍ରା ବିଶ୍ବର ନମ୍ବର ୱାନ ଜାଭେଲିନ ଫିଙ୍ଗାଳି ହୋଇଛନ୍ତି । ଶୀର୍ଷ ସ୍ଥାନ ଦଖଲ କରି ଇତିହାସ ରଚିଛନ୍ତି ନୀରଜ । 1455 ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତର ପ୍ରଥମ ଖେଳାଳି ଭାବରେ ନୀରଜଙ୍କୁ ଏହି ସଫଳତା ମିଳିଛି । ଗତ ବର୍ଷ ଅଗଷ୍ଟ 30ରୁ ବିଶ୍ବ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । 1433 ପଏଣ୍ଟ ପାଇ ବିଶ୍ବ ଚମ୍ପିଆନ ଗ୍ରେନାଡାର ଆଣ୍ଡରସନ ପିଟର୍ସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଜାକବ ଭାଲଡେଜ 1416 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ....IPL 2023: ଶୁଭମନଙ୍କ ଦମଦାର ବ୍ୟାଟିଂରେ ହାରିଲା RCB, ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହେଲେ ଗିଲଙ୍କ ଭଉଣୀ

ନିକଟରେ ଡାଇମଣ୍ଡ ଲିଗ୍‌ ଜିତିଥିଲେ ନୀରଜ । ଆଗକୁ ନୀରଜ ଜାଭଲିନ ଥ୍ରୋ'ରେ 90 ମିଟର ଟାର୍ଗେଟ ରଖିଛନ୍ତି । 2021 ଟୋକିଓ ଅଲମ୍ପିକ୍ସରେ 87.85 ଜାଭଲିନ ଫିଙ୍ଗି ନୀରଜ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ । ନୀରଜଙ୍କ ପାଇଁ ସେବେଠୁ ସ୍ବର୍ଣ୍ଣିମ ମୁହୂର୍ତ୍ତ ଆରମ୍ଭ ହୋଇଥିଲା । ଏହାପରେ ଡାଇମଣ୍ଡ ଲିଗ୍‌ରେ ଚମ୍ପିଆନ ହୋଇ ଇତିହାସ ରଚିଥିଲେ । ଦୋହା ଡାଇମଣ୍ଡ ଲିଗରେ 88.67 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ହାସଲ କରିଥିଲେ । ଯାହାକି ତାଙ୍କୁ ପୁରୁଷ ଜାଭେଲିନରେ ଏକ ନମ୍ବର ମାନ୍ୟତା ଦେବାରେ ସହାୟକ ହୋଇଥିଲା ।

Last Updated :May 23, 2023, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.