ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ 'ଟେନସନ୍‌ ଫ୍ରି'ର ରାଜ୍‌ Roti with Tea

author img

By

Published : Sep 21, 2021, 8:53 PM IST

neeraj chopra in a tweet said have roti with chai to get rid off all tensions

ଟ୍ବିଟରରେ ନୀରଜ ଚୋପ୍ରା ଏକ ଫଟୋ ସେୟାର କରିଛନ୍ତି ଓ କ୍ୟାପସନ୍‌ରେ ଲେଖିଛନ୍ତି, 'ଖାଓ ରୁଟି ପିଓ ଚାଏ' । ଅଧିକ ପଢନ୍ତୁ...

ଚଣ୍ଡିଗଡ: ଭାରତ ପାଇଁ ଆଥଲେଟିକ୍‌ସରେ ପ୍ରଥମ ଅଲମ୍ପିକ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଏବେ ସାରାଦେଶରେ ଚର୍ଚ୍ଚାରେ । ଆକ୍ଟିଂ ହେଉ କିମ୍ବା ସୋସିଆଲ ମିଡିଆ ପୋଷ୍ଟ, ଲୋକେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ନିକଟରେ ଟ୍ବିଟରରେ ନୀରଜ ଏକ ଫଟୋ ପୋଷ୍ଟ କରିବା ସହ ଟେନସନରୁ ମୁକ୍ତି ପାଇଁ ଏକ ସହଜ ଉପାୟ କହିଛନ୍ତି । ସୋମବାର ଟ୍ବିଟରରେ ନୀରଜ ଚୋପ୍ରା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଜାଭେଲିନ ଷ୍ଟାର ଏକ ଗ୍ଳାସ ଚା' ଓ ଗୋଟିଏ ରୁଟି ପାଇଁ ପୋଜ୍‌ ଦେଉଥିବା ନଜର ଆସିଛନ୍ତି । ଏହି ଫଟୋ ସହିତ କ୍ୟାପସନ୍‌ରେ ନୀରଜ ଲେଖିଛନ୍ତି, 'ଖାଓ ରୁଟି ପିଓ ଚାଏ' ।

ତାଙ୍କର ଏହି ପୋଷ୍ଟ ଏବେ ବେଶ୍‌ ଭାଇରାଲ ହେଉଛି । ଏହି ପୋଷ୍ଟକୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ ଲାଇକ୍‌ କରିସାରିଛନ୍ତି ଓ ୬ ହଜାରୁ ଅଧିକ ଲୋକେ ରିଟ୍ବିଟ କରିଛନ୍ତି । ନୀରଜ ଚୋପ୍ରା ଏହି ପୋଷ୍ଟରେ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି । ଏହି ପୋଷ୍ଟରେ ଅନେକ ୟୁଜର ନିଜର ମତ ରଖିଛନ୍ତି । ଚା'ରେ ରୁଟି ବୁଡାଇ ଖାଇବା ଅସଲ ଦେଶୀ ଖାଦ୍ୟ ବୋଲି ଏକାଧିକ ୟୁଜର ମତ ଦେଇଛନ୍ତି ।

ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍‌ର ଜାଭେଲିନ ଥ୍ରୋ ଇଭେଣ୍ଟରେ ୮୭.୫୮ ମିଟର ଦୂର ଥ୍ରୋ କରିବା ସହିତ ଭାରତକୁ ଆଥଲେଟିକ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଥିଲେ । ଏହି ସଂସ୍କରଣର ଅଲମ୍ପିକ୍‌ରେ ଭାରତମୋଟ ୭ଟି ପଦକ ଜିତିଥିଲା । ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଖେଳାଳିଙ୍କ ମଧ୍ୟରେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଦ୍ବିତୀୟ ଆଥଲେଟ୍‌ । ବିନ୍ଦ୍ରା ବର୍ଷ ୨୦୦୮ ବେଜିଂ ଅଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜଙ୍କ ନାମରେ ଅନେକ ରେକର୍ଡ ରହିଛି । ଏସିଆନ ଗେମ୍ସରେ ମଧ୍ୟ ସେ ଦେଶପାଇଁ ସ୍ବର୍ଣ୍ଣ ଜିତିସାରିଛନ୍ତି । ନୀରଜ ଚୋପ୍ରା ହରିୟାଣାର ପାନିପଥର ଖଣ୍ଡରା ଗ୍ରାମର ଏକ ଛୋଟ କୃଷକ ପରିବାରରେ ଜନ୍ମ ହୋଇଥିଲେ । ପିଲାବେଳେ ତାଙ୍କର ଶରୀରର ଓଜନ ବହୁତ ଅଧିକ ଥିଲା । ଓଜନ କମ୍‌ କରିବାକୁ ସେ ଷ୍ଟାଡିୟମ ଯାଇଥିଲେ, ସେଠାରେ ସେ ଅନ୍ୟମାନେ ଖେଳୁଥିବା ଦେଖି ଖେଳପ୍ରତି ଉତ୍ସାହିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.