ପାରାଲମ୍ପିକ୍‌ସ କମିଟିକୁ ୪ବର୍ଷରେ ଭାରତର ସରକାର ଦେଇଛନ୍ତି ୩୨ କୋଟିରୁ ଅଧିକ ସହାୟତା

author img

By

Published : Dec 7, 2021, 10:34 PM IST

More than 32 crore allocated to PCI in last 4 years: Anurag Thakur

ଜାତୀୟ କ୍ରୀଡା ସଂଘକୁ ସହାୟତା ଯୋଜନାରେ ଭାରତର ସରକାର ଗତ ଚାରି ବର୍ଷ(୨୦୧୭-୧୮ - ୨୦୨୧-୨୨) ମଧ୍ୟରେ ଭାରତୀୟ ପାରାଲମ୍ପିକ୍‌ କମିଟି(PCI)କୁ ଦେଇଛନ୍ତି ୩୨ କୋଟିରୁ ଅଧିକ ଅର୍ଥରାଶି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତର ସରକାର ଗତ ଚାରି ବର୍ଷ(୨୦୧୭-୧୮ - ୨୦୨୧-୨୨) ମଧ୍ୟରେ ଭାରତୀୟ ପାରାଲମ୍ପିକ୍‌ କମିଟି(PCI)କୁ ଦେଇଛନ୍ତି ୩୨ କୋଟିରୁ ଅଧିକ ଅର୍ଥରାଶି । ଜାତୀୟ କ୍ରୀଡା ସଂଘକୁ ସହାୟତା ଯୋଜନାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ସରକାର । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ସଂସଦରେ ସୂଚନା ଦେଇଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଠାକୁର ଗୃହକୁ ସୂଚିତ କରିଛନ୍ତି ଯେ, ୧୦.୫୦ କୋଟି ଟଙ୍କା ଗତ ପାରାଲମ୍ପିକ୍‌ ସାଇକେଲ୍‌ରେ ଖର୍ଚ୍ଚ ହୋଇଛି । ପାରା ଆଥଲେଟ୍‌ଙ୍କ ପାଇଁ ଭାରତ ସରକାରଙ୍କ ଯୋଜନା ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ୍‌(TOPS) ଅନ୍ତର୍ଗତ ଏହି ଅର୍ଥ ଖର୍ଚ୍ଚ ହୋଇଛି ।

"ଆର୍ଥିକ ସହାୟତା ପ୍ରଦାନରେ ସରକାର ପାରା ସ୍ପୋର୍ଟ୍ସକୁ ପ୍ରାଥମିକତା ଆଧାରରେ ଅର୍ଥ ପ୍ରଦାନ କରିଛନ୍ତି । ଦେଶର ପାରା ଆଥଲେଟ୍‌ଙ୍କ ଉପଯୁକ୍ତ ଟ୍ରେନିଂ, କ୍ୟାମ୍ପ୍‌ ଓ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରିବାକୁ ଏବହି ଅର୍ଥ ବିନିଯୋଗ କରିଛନ୍ତି ।" ଏକ ବିବୃତିରେ ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ: SA vs IND: ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ବାଡ୍‌ରେ ଡିକକ୍‌, ରବାଡା ଓ ନର୍କିଆ

ଭାରତୀୟ ପାରାଆଥଲେଟ୍‌ସ ୨୦୨୦ ଟୋକିଓ ପାରାଲମ୍ପିକ୍‌ସରେ ଐତିହାସିକ ପ୍ରଦର୍ଶନ ସହ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହିତ ରେକର୍ଡ ୧୯ଟି ପଦକ(୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ, ୬ଟି କାଂସ୍ୟ) ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.