Hockey World Cup 2023: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନା ପରାସ୍ତ, କ୍ୱାର୍ଟରରେ କୋରିଆ

author img

By

Published : Jan 23, 2023, 10:16 PM IST

କୋରିଆ ବନାମ ଆର୍ଜେଣ୍ଟିନା

ହକି ବିଶ୍ବକପ ୨୦୨୩ ଚତୁର୍ଥ କ୍ରସ ଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ କୋରିଆ ବନାମ ଆର୍ଜେଣ୍ଟିନା । ଏହି ମ୍ୟାଚରେ ଦକ୍ଷିଣ କୋରିଆ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ଅଧିକ ପଢନ୍ତୁ

Hockey World Cup 2023 : ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନା ପରାସ୍ତ, କ୍ବାର୍ଟରରେ କୋରିଆ

ଭୁବନେଶ୍ବର : କ୍ବାର୍ଟର ଫାଇନାଲ ଟିକଟ ହାତେଇଲା ଦକ୍ଷିଣ କୋରିଆ । ଅଷ୍ଟମ ଦଳ ଭାବରେ କୋରିଆ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ କୋରିଆ ଆର୍ଜେଣ୍ଟିନାକୁ ପେନାଲ୍ଟି ସୁଟଆଉଟରେ ୩-୨ ଗୋଲରେ ପରାସ୍ତ କରିଛି । ହକି ବିଶ୍ବକପ ୨୦୨୩ ଚତୁର୍ଥ କ୍ରସ ଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ କୋରିଆ ବନାମ ଆର୍ଜେଣ୍ଟିନା । ଏହି ମ୍ୟାଚରେ ଦକ୍ଷିଣ କୋରିଆ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ଖେଳର ନିର୍ଦ୍ଧାରିତ ସମୟରେ ଉଭୟଙ୍କର ଗୋଲ ୫-୫ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ ଆଉଟରେ କୋରିଆ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ଏହି ବିଜୟ ପରେ ଦକ୍ଷିଣ କୋରିଆ କ୍ବାର୍ଟର ଫାଇନାଲ ଟିକଟ ହାତେଇଛି । କ୍ବାର୍ଟର ଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଦକ୍ଷିଣ କୋରିଆ ।

ଚତୁର୍ଥ କ୍ରସ ଓଭର ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିଥିଲା କୋରିଆ । ଆରମ୍ଭରୁ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯାଇଥିଲା । କ୍ବାର୍ଟର ଫାଇନାଲ ଟିକଟ ହାତେଇବା ଲାଗି ଉଭୟ ଦଳ ମଧ୍ୟରେ ଲାଗିଥିଲା ଘୋମାଘୋଟ ଲଢେଇ । କେହି କାହାଠାରୁ ହାର ମାନିବା ପାଇଁ ପ୍ରସ୍ତୁତ ନଥିଲେ । ଗୋଲ ପାଇଁ ଲାଗିଥିଲା ଦୁଇ ଦଳ ମଧ୍ୟରେ କଡା ଟକ୍କର । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୩ ଟି ଗୋଲ ଦେଇଥିବା ବେଳେ ଦକ୍ଷିଣ କୋରିଆ ୨ ଟି ଗୋଲ ଦେଇଥିଲା । ମ୍ୟାଚର ୮ ମିନିଟରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଦେଇଥିଲେ ମାଇକୋ କାସେଲା । ଏହା ପରେ ମ୍ୟାଚର ୧୮ ମିନିଟରେ କୋରିଆର ସୁନଘ୍ୟୁନ କିମ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ସେହିପରି ମ୍ୟାଚର ୨୦ ମିନିଟରେ କୋରିଆ ଆଉ ଗୋଟିଏ ଗୋଲ ନିଜ ନାମରେ କରିଥିଲା । ଏହି ଗୋଲ ଜୁନୱ ଜିଓଙ୍ଗ ଦେଇଥିଲେ । ସେପଟେ ମ୍ୟାଚର ୨୧ ମିନିଟରେ ଆର୍ଜେଣ୍ଟିନାର ନିକୋଲସ କିନାନ ଗୋଟିଏ ଗୋଲ ଦେଇଥିବା ବେଳେ ମ୍ୟାଚର ୨୪ ମିନିଟରେ ନିକୋଲସ ଦେଲାଲ ଆଉ ଗୋଟିଏ ଗୋଲ ଦେଇ ଆର୍ଜେଣ୍ଟିନା ଖାତାରେ ୩ ଟି ଗୋଲ ଦେବାରେ ସଫଳ ରହିଥିଲେ ।

ସେହିପରି ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉଭୟ ଦଳ ଗୋଲ ପାଇଁ ଜୋରଦାର ସଂଘର୍ଷ କରିଥିଲେ । ସମୟ ଯେତେ ଗଡୁଥିଲା ମ୍ୟାଚର ଫଳାଫଳ ପାଇଁ ଉତ୍ସାହ ସେତେ ବଢିବାରେ ଲାଗିଥିଲା । ଦ୍ବିତୀୟାର୍ଦ୍ଧରେ ପ୍ରଥମରୁ ଦବଦବା ଜାହିର କରିଥିଲା ଆର୍ଜେଣ୍ଟିନା । ଦଳ ମ୍ୟାଚର ୪୧ ମିନିଟ ଏବଂ ୪୭ ମିନିଟରେ ଦୁଇ ଟି ଗୋଲ ଦେଇ ନିଜ ନାମରେ ୫ ଟି ଗୋଲ କରି ମଜଭୁତ ସ୍ଥିତିରେ ଥିଲା । ସେପଟେ ଗୋଲ ପାଇଁ ସଂଘର୍ଷ ଜାରି ରଖିଥିବା କୋରିଆ ୪୧ ମିନିଟରେ ଗୋଟିଏ ଗୋଲ ଦେଇଥିଲା । ଏହା ପରେ ମ୍ୟାଚର ୫୦ ମିନିଟ ଏବଂ ୫୬ ମିନିଟରେ ଗୋଲ ଦେଇ ଗୋଲ ସ୍କୋର ୫-୫ ରେ ବରାବର ରଖିଥିଲା । ତେବେ ଏଥିରେ ମ୍ୟାଚର ଫଳାଫଳ ନ ବାହାରିବା ପରେ ପୁନାଲ୍ଟି ସୁଟ୍ ଆଉଟ୍ ମ୍ୟାଚ ହୋଇଥିଲା । ଏଥିରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ମାତ୍ ଦେଇଛି ଦକ୍ଷିଣ କୋରିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.