ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ରଖି ପରଷା ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଅନୁରାଗ ଠାକୁର

author img

By

Published : Sep 20, 2022, 9:28 PM IST

ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ପରଷା ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଅନୁରାଗ ଠାକୁର

କବାଡି ଖେଳାଳିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶୌଚାଳୟରେ ରଖାଯିବା ସହିତ ସେମାନଙ୍କୁ ପରଷା ଯାଇଛି (kabaddi players served food inside the toilet ) । ଉତ୍ତର ପ୍ରଦେଶର ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସହାରନପୁର କ୍ଷେତ୍ରୀୟ ଖେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କବାଡି ଖେଳାଳିଙ୍କ ପ୍ରତି ଦାୟିତ୍ବହୀନ କାର୍ଯ୍ୟ । ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ପରଷା ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଖେଳାଳିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶୌଚାଳୟରେ ରଖାଯିବା ସହିତ ସେମାନଙ୍କୁ ସେହି ଖାଦ୍ୟ ପରଷା ଯାଉଛି । କେହି କିଛି ପ୍ରତିବାଦ ନ କରି ଚୁପ ଚାପ ଖାଦ୍ୟ ଗ୍ରହଣ କରିବାରେ ଲାଗିଛନ୍ତି । ସେହି ଭିଡିଓରେ ଖାଦ୍ୟ ପରଷା ଯିବାର ଦୃଶ୍ୟ ଥିବା ସହିତ ପୁରୁଷ ଟଏଲେଟକୁ ମଧ୍ୟ ଦେଖାଯାଇଛି । ତେବେ ଏହି ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ତେବେ ଏହି ଘଟଣା ସେତେବେଳେ ସମସ୍ତଙ୍କ ନଜରକୁ ଆସିଥିଲା ଯେତେବେଳେ କବାଡି ଟୁର୍ଣ୍ଣାମେଣ୍ଟର ଜଣେ ଖେଳାଳି ଦ୍ବାରା ସେହି ସମୟର ଦୃଶ୍ୟକୁ ମୋବାଇଲେ କଏଦ କରାଯାଇଥିଲା । ଏହା ପରେ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ନଜର ଆସିଛି ଖେଳାଳି ମାନଙ୍କ ପାଇଁ ତିଆରି ହୋଇଥିବା ରନ୍ଧା ଖାଦ୍ୟକୁ ଏକ ଶୌଚଳାୟରେ ରଖାଯାଇ ଖାଦ୍ୟ ପରଷା ଯାଉଥିଲା ।

  • यूपी की कबड्डी खेलने वाली बेटियों को टॉयलेट में खाना परोसा गया।

    झूठे प्रचार पर करोड़ों खर्च करने वाली BJP सरकार के पास हमारे खिलाड़ियों के लिए अच्छी व्यवस्था करने के पैसे नहीं हैं।

    धिक्कार है! pic.twitter.com/UazJvCrWPB

    — Congress (@INCIndia) September 20, 2022 " class="align-text-top noRightClick twitterSection" data=" ">

ତେବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସଙ୍କଠାରେ କ୍ଷୋଭ ପ୍ରକାଶ ପାଇଛି । କ୍ରୀଡା ଆୟୋଜକଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସହାରନପୁର କ୍ଷେତ୍ରୀୟ ଖେଳ ଅଧିକାରୀ ଆନିମେଷ ସକ୍ସେନାକୁ ନିଲମ୍ବିତ କରାଯାଇଛି । ଏହା ସହିତ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ( Union Sports Minister Anurag Thakur ) ଏହି ଘଟଣାରେ ସମ୍ପୃକ୍ତ ଥିବା ଆୟୋଜକ ଏବଂ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହାରନପୁର ଜିଲ୍ଲା ମାଜିଷ୍ଟ୍ରେଟ ତରଫରୁ ଏହି ଘଟଣା ବାବଦରେ ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ତିନି ଦିନି ମଧ୍ୟରେ ଏହାର ରିପୋର୍ଟ ଦେବାକୁ କୁହାଯାଇଛି ।

ସେପ୍ଟେମ୍ବର ୧୬ ତାରିଖରେ ଉତ୍ତରପ୍ରଦେଶ (stadium in Uttar Pradesh’s Saharanpur ) ସହାରନପୁର ବିଆର ଆମ୍ବେଦକର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ସବ ଜୁନିୟର କବାଡ୍ଡି ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜନ କରାଯାଇଥିଲା । କବାଡି ଖେଳାଳି ମାନଙ୍କୁ ୧୬ ସେପ୍ଟେମ୍ବରରେ ଖାଦ୍ୟ ପରଷା ଯାଇଥିଲା । ଯେଉଁଥିରେ କିଛି ଖେଳାଳି ଅଭିଯୋଗ କରିଥିଲେ କି ସେମାନଙ୍କୁ ଭାତ ସମ୍ପୂର୍ଣ୍ଣ ଭାବରେ ହୋଇନଥିଲା । ଅଳ୍ପ କଞ୍ଚା ରହିଥିଲା ଭାତ । ଖେଳାଳି ମାନେ ଏହା ମଧ୍ୟ ଅଭିଯୋଗ କରିଥିଲେ କି ତାଙ୍କୁ ଯେଉଁ ଭାତ ଦିଆଯାଇଥିଲା ତାହା ଏକ ଶୌଚାଳୟରେ ରଖା ଯାଇଥିଲା ଏବଂ ଏହା ସହିତ କିଛି ପୁରୀ ମଧ୍ୟ ଶୌଚାଳୟରେ ରଖାଯାଇଥିଲା । ତେବେ ଏଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିବା ପରେ କ୍ରୀଡା ମହଲରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.