ISL 2021-22: ଓଡିଶା ଏଫସିର ନୂଆ ଅନ୍ତରୀଣ କୋଚ୍‌ କିନୋ ଗାର୍ସିଆ

author img

By

Published : Jan 15, 2022, 4:37 PM IST

ISL 2021-22: Odisha FC appoint Kino Garcia as interim head coach

ଇଣ୍ଡିଆନ ସୁପର ଲିଗ(ISL) ଫ୍ରାଞ୍ଚାଇଜ୍‌ ଓଡିଶା ଏଫସି ଶନିବାର କିନୋ ଗାର୍ସିଆଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । କିକୋ ରାମିରେଜଙ୍କ ସ୍ଥାନ ନେବେ ଗାର୍ସିଆ । ଅଧିକ ପଢନ୍ତୁ

ଫାଟୋର୍ଦା(ଗୋଆ): ଇଣ୍ଡିଆନ ସୁପର ଲିଗ(ISL) ଫ୍ରାଞ୍ଚାଇଜ୍‌ ଓଡିଶା ଏଫସି ଶନିବାର କିନୋ ଗାର୍ସିଆଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । କିକୋ ରାମିରେଜଙ୍କ ସ୍ଥାନ ନେବେ ଗାର୍ସିଆ । ଭଲ ପ୍ରଦର୍ଶନ କରିବାକୁ ବିଫଳ ହେବାପରେ, ରାମିରେଜଙ୍କୁ ପଦରୁ ହଟାଇଥିଲା କ୍ଳବ୍‌ । ଚଳିତ ISLରେ ୧୦ଟି ମ୍ୟାଚ୍‌ରୁ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଓଡିଶା ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ୱରରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ

ଏକ ପ୍ରେସ୍‌ ବିଜ୍ଞପ୍ତ ଜରିଆରେ ଓଡିଶା ଏଫସି(Odisha FC) କ୍ଳବ୍‌ କିନୋ ଗାର୍ସିଆଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ ନିଯୁକ୍ତ କରିବା ନେଇ ଘୋଷଣା କରିଛି । କିନୋ, UEFA ମାନ୍ୟତା ପ୍ରାପ୍ତ ଓ ଖେଳାଳିଙ୍କୁ ଦକ୍ଷ ବନାଇବାରେ ବିଶେଷ ଭାବେ ଅଭିଜ୍ଞ । ସେ ପୂର୍ବରୁ ଭେଲେନସିଆ ସିଏଫ ୟୁଥ୍‌ ଟିମର ପୂର୍ବତନ କୋଚ୍‌ ମଧ୍ୟ ରହିଛନ୍ତି । ସ୍ପାନିସ ଫେଡେରସନରେ କାମ କରିଥିବାବେଳେ, କୋଚ୍‌ ନିର୍ଦ୍ଦେଶକ ଓ ମହିଳା ଫୁଟବଲ୍‌ ଟିମର କୋଚ୍‌ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

  • ℹ️AN UPDATEℹ️

    Odisha FC has terminated Head Coach Kiko Ramirez's contract. This has been a very difficult decision and not one that the Club owners and management have taken lightly.

    Read more on our website.#OdishaFC #AmaTeamAmaGame #ANewDawn #ThankYouKiko

    — Odisha FC (@OdishaFC) January 14, 2022 " class="align-text-top noRightClick twitterSection" data=" ">

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.