ଭାରତୀୟ ମହିଳା ହକି ଦଳର ପୂର୍ବତନ ଗୋଲ କିପରଙ୍କ ଦେହାନ୍ତ

ଭାରତୀୟ ମହିଳା ହକି ଦଳର ପୂର୍ବତନ ଗୋଲ କିପରଙ୍କ ଦେହାନ୍ତ
୭୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ମହିଳା ହକି ଦଳର ପୂର୍ବତନ ଗୋଲ କିପର ନୀନା ଆଶାଇକର ରାଣେ । ଅଧିକ ପଢନ୍ତୁ
ମୁମ୍ବାଇ: ଭାରତୀୟ ମହିଳା ହକି ଦଳର ପୂର୍ବତନ ଗୋଲ କିପର ନୀନା ଆଶାଇକର ରାଣେଙ୍କ ଦେହାନ୍ତ । ମୁମ୍ବାଇ ହସ୍ପିଟାଲରେ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୧୯୭୪ ମସିହାରେ ସେ ପ୍ୟାରିସ ଏବଂ ଇଡେନବର୍ଗରେ ଦୁଇଟି ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ପ୍ୟାରିସରେ ଭାରତ କେବଳ ସେମିରେ ପ୍ରବେଶ କରିପାରିଥିଲା । ଏହାପରେ ୧୯୭୫ ମସିହାରେ ଭାରତ ମାଡ୍ରାସରେ ଷଷ୍ଠ ଦେଶ ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ନୀନା ସେତେବେଳେ ଭାରତୀୟ ଦଳର ଜଣେ ସଦସ୍ୟ ଥିଲେ । ସେ ମହାରାଷ୍ଟ୍ରରେ ଶ୍ରୀ ଶିବ ଛତ୍ରପତି ପୁରସ୍କାର ପାଇଥିଲେ । ନିଜ କ୍ୟାରିଅରରେ ବାଦ ସେ ସଞ୍ଜନ ହୋମ ନାମକ ଏକ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ସହିତ ଜଡିତ ଥିଲେ । ଭାରତୀୟ ମହିଳା ହକି ଟିମରେ ଗୋଲ କିପର ଭାବେର ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।
ନୀନା ଆଶାଇକରଙ୍କ ମୃତ୍ୟୁ ପରେ ପରିବାରରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କ ସ୍ବାମୀ , ଝିଅ ଓ ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦିର୍ଘଦିନ ଧରି ସ୍ବାସ୍ଥ୍ୟ ସମସ୍ତ୍ୟା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଗତକାଲି ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି(ମଙ୍ଗଳବାର) ସକାଳ ୧୦ଟା ସମୟରେ ଭିଲେ ପାର୍ଲେ ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ମହିଳା ହକି ଦଳ ପ୍ରତି ତାଙ୍କର ଅବଦାନ ସ୍ମରଣୀୟ ରହିବ । ମୃତ୍ୟୁ ସମୟରେ ତାଙ୍କ ସ୍ବାମୀ, ପୁଅ ଓ ଝିଅ ହସ୍ପିଟାଲରେ ଉପସ୍ଥିତ ଥିଲେ । ନୀନା ଆଶାଇକରଙ୍କ ମୃତ୍ୟୁ ପରେ ବହୁ ହକି ତାରକା ଶୋକ ବ୍ୟକ୍ତ କରିଛନ୍ତି ।
