Hockey World Cup 2023: କ୍ରସଓଭରେ ନ୍ୟୁଜିଲାଣ୍ଡ ସହ ଟକ୍କର, ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବ ଭାରତ

author img

By

Published : Jan 21, 2023, 10:13 PM IST

ହକି ଇଣ୍ଡିଆ ପ୍ରେସ ମିଟ

ଆସନ୍ତାକାଲି କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ କୌଣସି ଚାପ ନଥିବା କହିଛନ୍ତ କ୍ୟାପଟେନ । ଅଧିକ ପଢନ୍ତୁ

Hockey World Cup 2023 : କ୍ରସଓଭରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଢେଇ, ଡିଫେନ୍ସ ଉପରେ ଅଧିକ ଗୁରୁତ୍ବ ଦେବ ଭାରତ

ଭୁବନେଶ୍ବର: ସମସ୍ତ ପୁଲର ଲିଗ ମ୍ୟାଚ ଶେଷ ହୋଇଛି । ଆସନ୍ତାକାଲିଠୁ (ରବିବାର) କ୍ରସ ଓଭର ମ୍ୟାଚ ଖେଳାଯିବ । ଯେଉଁ ଟିମ ଗୁଡିକ କ୍ବାର୍ଟର ଫାଇନାଲ ଟିକଟ ହାତେଇନାହାଁନ୍ତି ସେମାନେ କ୍ରସ ଓଭର ମ୍ୟାଚ ଖେଳିବେ । କ୍ବାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ଆସନ୍ତାକାଲି କ୍ରସ ଓଭର ମ୍ୟାଚ ଖେଳିବ । ପୁଲ C ର ନ୍ୟୁଜିଲାଣ୍ଡ ଟିମ ସହିତ ଭାରତ କ୍ରସଓଭର ମ୍ୟାଚରେ କ୍ବାର୍ଟର ଫାଇନାଲ ଟିକଟ ପାଇଁ ଲଢେଇ କରିବ ।

ହକି ବିଶ୍ବକପ ୨୦୨୩ରେ ହାର୍ଦିକ ଭଲ ଫର୍ମରେ ଥିବା ବେଳେ ଆହତ ହୋଇଛନ୍ତି । ମାତ୍ର ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ରାଜ କୁମାର ପାଲ ଭଲ ଫର୍ମରେ ଅଛନ୍ତି । ଏହା ସହ ଦଳରେ ରହିଥିବା ଅନ୍ୟ ଖେଳାଳି ମାନେ ହାର୍ଦିକଙ୍କ ଅନୁପସ୍ଥିତି ଯେମିତି ପରିଲକ୍ଷିତ ନହୁଏ ସେଥିପାଇଁ ଚେଷ୍ଟା କରିବେ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ଅଧିକାଂଶ ବିଫଳ ହୋଇଛି । ନ୍ୟଜିଲାଣ୍ଡ ବିପକ୍ଷରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ସମସ୍ତ ତ୍ରୁଟିକୁ ସୁଧାରିବାକୁ ପ୍ରୟାସ କରିବ । ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଉପରେ କୌଣସି ଚାପ ନାହିଁ ଏବଂ ଦଳ ନିଜର ନେଚୁରାଲ ଗେମ ଖେଳିବ । ୱେଲ୍ସ ବିପକ୍ଷରେ ଗୋଲ ସ୍କୋର କରିବା ଏକ ପଜିଟିଭ ସାଇନ ଦଳକୁ ମିଳିଛି ଏବଂ ଆଗକୁ ଦଳର ଗୋଲ ସଂଖ୍ୟା କିପରି ଅଧିକ ହେବ ସେଥିପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ହକି ଇଣ୍ଡିଆ ଦଳ କୋଚ ଗ୍ରାହମ ରିଡ କହିଛନ୍ତି । "ଆମେ ଟୁର୍ଣ୍ଣାମେଣ୍ଟରେ କିଛି କ୍ଷେତ୍ରରେ ଭଲ ମଧ୍ୟ କରିଛୁ ବିଶେଷ କରି ସର୍କଲ ମଧ୍ୟରେ ପ୍ରବେଶ କରିବା ଏବଂ ବିପକ୍ଷ ଦଳକୁ ବିଶେଷ ପେନାଲଟି କର୍ଣ୍ଣର ସୃଷ୍ଟି କରିବାକୁ ସୁଯୋଗ ନଦେବା । ଏହି ଭଳି କିଛି ଭଲ ସାଇନ ଖେଳାଳିଙ୍କ ମନୋବଳ ମଧ୍ୟ ବୃଦ୍ଧି କରିଛି," ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରିତ ସିଂହ ।

କ୍ରସ ଓଭର ମ୍ୟାଚ କଣ - ହକି ବିଶ୍ବକପର ଏହା ଏକ ଅଂଶ । ନକଆଉଟ ପର୍ଯ୍ୟାୟରେ ଏହାକୁ ଗ୍ରହଣ କରାଯାଇଥାଏ । ହକି ବିଶ୍ବକପରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳକୁ 4ଟି ପୁଲରେ ଭାଗ କରାଯାଇଛି । ଗୋଟିଏ ପୁଲରେ 4ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତି ଦଳ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଫର୍ମାଟ ଅନୁଯାୟୀ ପ୍ରତି ପୁଲର ଶୀର୍ଷରେ ଥିବା ଦଳ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିବେ । କ୍ବାର୍ଟରରେ 8ଟି ଦଳ ଖେଳିଥାନ୍ତି । ତେଣୁ 4ଟି ସ୍ଥାନ ପାଇଁ କ୍ରସଓଭର ମ୍ୟାଚ ଖେଳାଯାଏ । ଏନେଇ 8ଟି ଦଳ 4ଟି ମ୍ୟାଚ ଖେଳିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.