FIH Pro League 2023: ରାଉରକେଲାରେ ଭାରତର ଗୋଲ ବର୍ଷା, ୬-୩ ଗୋଲରେ ଧୂଳି ଚାଟିଲା ଜର୍ମାନୀ

author img

By

Published : Mar 13, 2023, 10:33 PM IST

ଜର୍ମାନୀକୁ ହରାଇଲା ଟିମ ଇଣ୍ଡିଆ

ହକି ପ୍ରୋ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ଜର୍ମାନୀକୁ ହରାଇଲା ଟିମ ଇଣ୍ଡିଆ । ୬-୩ ଗୋଲରେ ମ୍ୟାଚ ଜିତିଲା ଭାରତୀୟ ହକି ଦଳ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତର କାର୍ତ୍ତି ସେଲ୍‌ଭମ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଜର୍ମାନୀକୁ ହରାଇଲା ଟିମ ଇଣ୍ଡିଆ

ରାଉରକେଲା: FIH Pro League 2023ରେ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ବିଶ୍ବ ବିଜୟୀ ଜର୍ମାନୀକୁ ପରାସ୍ତ କଲା ଭାରତୀୟ ହକି ଦଳ । ଧୂଆଁଧାର ପ୍ରଦର୍ଶନ କରି ଜର୍ମାନୀକୁ ହରାଇଲା ଭାରତ । ଦଳଗତ ଭାବେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜିତିଲା ଭାରତୀୟ ହକି ଦଳ । ଜର୍ମାନୀକୁ ୬-୩ ଗୋଲରେ ହରାଇଲା ଟିମ ଇଣ୍ଡିଆ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି କାର୍ତ୍ତି ସେଲ୍‌ଭମ ।

  • #FIHProLeague action continued from the Birsa Munda Hockey Stadium in Rourkela, as hosts India put on another offensive masterclass to register a huge 6-3 win against world champions Germany.

    Selvam Karthi (IND) was awarded player of the match.

    Read the full report below 👇

    — International Hockey Federation (@FIH_Hockey) March 13, 2023 " class="align-text-top noRightClick twitterSection" data=" ">

ହକି ପ୍ରୋ ଲିଗରେ ପୁଣି ବିଶ୍ବ ବିଜେତା ଜର୍ମାନୀ ଦଳକୁ ଧୂଳି ଚଟାଇଲା ଭାରତୀୟ ହକି ଦଳ । ଦ୍ବିତୀୟ ଥର ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଲାଗିଥିବା ମ୍ୟାଚ୍‌କୁ ୬-୩ ଗୋଲରେ ଜିତି ନେଇଛି ଟିମ ଇଣ୍ଡିଆ । ପ୍ରଥମ କ୍ବାର୍ଟରରେ ଗୋଲ କରିଥିଲା ଜର୍ମାନୀ । ପେନାଲ୍‌ଟି କର୍ଣ୍ଣର ତିଆରି କରି ପ୍ରଥମ ଗୋଲ କରିବାରେ ସଫଳ ହୋଇଥିଲା ଜର୍ମାନୀ । ଜର୍ମାନୀ ପକ୍ଷରୁ ପେନାଲ୍‌ଟି କର୍ଣ୍ଣରରେ ଟମ ଗ୍ରାମବୁସ ଗୋଲ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ପ୍ରଥମ ହାଫରେ ଜର୍ମାନୀ ଦଳ ୧-୦ ଗୋଲରେ ଆଗୁଆ ରହିଥିଲା । କିନ୍ତୁ ଦ୍ବିତୀୟ କ୍ବାର୍ଟରର ଆରମ୍ଭ ବେଳକୁ ନିଜର ପ୍ଲାନ ଚେଞ୍ଜ କରି ସମ୍ପୂର୍ଣ୍ଣ ନୂଆ ଗେମ ଆରମ୍ଭ କରିଥିଲା ଭାରତୀୟ ହକି ଦଳ । ଯାହାର ଫଳ ମଧ୍ୟ ପାଇଲା ଟିମ ଇଣ୍ଡିଆ । ଏକ ପେନାଲ୍‌ଟି କର୍ଣ୍ଣର ତିଆରି କରି ପ୍ରଥମ ଗୋଲ କରିବାରେ ସଫଳ ହୋଇଥିଲା ଭାରତୀୟ ଦଳ । ଯୁଗରାଜ ସିଂହଙ୍କ ଚମତ୍କାର ଡ୍ରାଗରୁ ଗୋଟିଏ ଗୋଲ କରିଥିଲା ଭାରତ ।

ଏହାପରେ ପୁଣି ଫିଲ୍ଡରେ ନିଜର ଜଲୱା ଦେଖାଇଲା ଭାରତ ଏବଂ ଅଭିଷେକଙ୍କ ଆଟାକ ଦ୍ବାରା ଭାରତୀୟ ହକି ଦଳ ଆଉ ଗୋଟିଏ ଗୋଲ କରି ୨-୧ରେ ଆଗୁଆ ହୋଇଥିଲା । କିନ୍ତୁ ଭାରତୀୟ ଦଳକୁ ବ୍ୟାକ ଫୁଟ କରିବା ପାଇଁ ଜର୍ମାନୀ ଦଳ ଆରମ୍ଭ କରିଥିଲା ପ୍ଲାନ । ପେନାଲ୍‌ଟି କର୍ଣ୍ଣର ତିଆରି କରି ଆଉ ଗୋଟିଏ ଝଟକା ଦେଇଥିଲେ ଜର୍ମାନୀର ପିଲେଟ ଗଞ୍ଜଲୋ । ଯାହା ଫଳରେ ଜର୍ମାନୀ ଦଳ ୨-୨ ଗୋଲରେ ମ୍ୟାଚ୍‌କୁ ବରାବର କରିଥିଲା । ପୁଣି ଦ୍ବିତୀୟ କ୍ବାର୍ଟରରେ କାର୍ତ୍ତି ସେଲଭମଙ୍କ ଦ୍ଵାରା ଗୋଟିଏ ଗୋଲ ପୁଣି ଭାରତକୁ ୩-୨ରେ ଆଗୁଆ କଲା । ପୁଣି ପେନାଲ୍‌ଟି ତିଆରି କରି ଭାରତ ଆଉ ଗୋଟିଏ ଗୋଲ କରିଥିଲା । କ୍ୟାପଟେନ ହରମନପ୍ରୀତଙ୍କ ଡ୍ରାଗରେ ପେନାଲ୍‌ଟି କର୍ଣ୍ଣରରେ ଆଉ ଗୋଟିଏ ଗୋଲ କରିଥିଲା ଭାରତ । ଯାହା ବଳରେ ଭାରତୀୟ ଦଳ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ୪-୨ରେ ଆଗୁଆ ହୋଇଥିଲା ।

ଏହାପରେ ଠିକ ତୃତୀୟ କ୍ବାର୍ଟର ଆରମ୍ଭ ବେଳକୁ ଫିଲଡ୍‌ ଗୋଲ କରି ମେଲ୍ଟ ହେଲୱି ଜର୍ମାନୀକୁ ମ୍ୟାଚକୁ ଫେରାଇଥିଲେ ଏବଂ ଜର୍ମାନୀ ସମୁଦାୟ ୩ଟି ଗୋଲ ସ୍କୋର କରିଥିଲା । ତୃତୀୟ କ୍ବାର୍ଟରରେ ଭାରତ ଗୋଟିଏ ବି ଗୋଲ ସ୍କୋର କରି ପାରିନଥିଲା । ଏବଂ ପୁଣି ଚତୁର୍ଥ କ୍ବାର୍ଟରରେ ଭାରତର କାର୍ତ୍ତି ସେଲ୍‌ଭମ ଆଉ ଏକ ଗୋଲ ସ୍କୋର କରିଥିଲେ । ଏହି ଗୋଲ ବଳରେ ୫-୩ରେ ଆଗୁଆ ହୋଇଥିଲା ଭାରତ । ସେହି ଚତୁର୍ଥ କ୍ବାର୍ଟରରେ ଅଭିଷେକ ଚତୁରତାର ସହ ପ୍ରଦର୍ଶନ କରି ଷଷ୍ଠ ଗୋଲ କରିଥିଲେ । ଜର୍ମାନୀ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଜିତି ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ । ଆମେ ଆମର ମୁମେଣ୍ଟମ ବନାଇବାରେ ସଫଳ ହୋଇଛୁ ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.