CWG 2022: ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍

author img

By

Published : Aug 6, 2022, 6:55 PM IST

Updated : Aug 6, 2022, 7:40 PM IST

CWG 2022: ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍

ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ମହିଳା ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

ବର୍ମିଂହାମ(ଇଂଲଣ୍ଡ): ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କଲା ଭାରତ । ଇଂଲଣ୍ଡକୁ 4 ରନରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ମହିଳା କ୍ରିକେଟ ଟିମ୍ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ 165 ରନ୍ ଟାର୍ଗେଟ ଦେଇଥିଲା ଭାରତ ।

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଇଥିବା ମହିଳା କ୍ରିକେଟ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତି ନେବାପରେ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 164 ରନ୍‌ ସଂଗ୍ରହ କରିଥିଲା । 165 ରନ୍‌କୁ ପିଛା କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 160 ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ।

ଭାରତୀୟ ଓପନର ସ୍ମୃତି ମାନ୍ଧାନା ୩୨ ବଲରୁ ୬୧ ରନ୍‌ର ଧୁଆଁଧାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ସେହିପରି ଜେମିମା ରୋଡ୍ରିଗୁସ ମଧ୍ୟ ୩୧ ବଲରେ ୪୪ ରନ୍‌ର ଅପରାଜିତ ଦ୍ରୁତ ଇଂନିସ ଖେଳିଥିଲେ । କ୍ୟାପଟେନ ହରମନପ୍ରୀତ କୌର 20 ଓ ଓପନର ଶେଫାଳି ବର୍ମା 15 ରନ୍‌ କରିଥିଲେ ।

Last Updated :Aug 6, 2022, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.