Hockey World Cup: ଆଜି ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ, ନ୍ୟୁଜିଲାଣ୍ଡ ସହ କ୍ରସଓଭର ଲଢେଇ

author img

By

Published : Jan 22, 2023, 8:57 AM IST

India face New Zealand in crossover match

କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ସହ କ୍ରସଓଭର ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପୁରୁଷ ହକି ବିଶ୍ବକପର ସମସ୍ତ ପୁଲ ମ୍ୟାଚ ଶେଷ ହୋଇଛି । ଦଶମ ଦିନରେ ପହଞ୍ଚିଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଆଜି (ରବିବାର) ଦୁଇଟି କ୍ରସଓଭର ମ୍ୟାଚ ଖେଳାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟରେ ଦୁଇଟି ଯାକ କ୍ରସଓଭର ମ୍ୟାଚ ଖେଳାଯିବ । ପ୍ରଥମଟି ଅପରାହ୍ନ 4ଟା 30ରେ ସ୍ପେନ ଓ ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାତି 7ଟା ଦ୍ବିତୀୟ କ୍ରସଓଭର ମ୍ୟାଚ ଖେଳାଯିବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ଭାରତ ପାଇଁ ନିର୍ଣ୍ଣାୟକ ଲଢେଇ: ହକି ବିଶ୍ବକପରେ ଭାରତ ତାର ପ୍ରଥମ ମୁକାବିଲାରେ ସ୍ପେନକୁ 2-0 ଗୋଲରେ ପରାସ୍ତ କରିଥିଲା । ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମୁକାବିଲା ଗୋଲଶୂନ୍ୟ ଡ୍ର ହୋଇଥିଲା । ୱେଲ୍ସ ବିପକ୍ଷ ତୃତୀୟ ମୁକାବିଲାରେ ବଡ ମାର୍ଜିନରେ ଭାରତ ଜିତିଥିଲେ ସିଧାସଳୟ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥାନ୍ତା । ୱେଲ୍ସ ବିପକ୍ଷରେ 4-2 ଗୋଲରେ ବିଜୟ ହାସଲ କରିଥିଲେ ସୁଦ୍ଧା ବର୍ଡ ମାର୍ଜିନରେ ବିଜୟ ସମ୍ଭବ ହୋଇନଥିଲା ।

ତେଣୁ ଭାରତକୁ କ୍ବାର୍ଟରରେ ସ୍ଥାନ ପକ୍କା କରିବାକୁ ହେଲେ ଆଜି ପୁଲ ସିର ନ୍ୟୁଜିଲାଣ୍ଡ ସହ କ୍ରସଓଭର ମ୍ୟାଚ ଖେଳିବାକୁ ହେବ । ଆଜି ଏହି ମୁକାବିଲା ଭାରତ ପାଇଁ କର ବା ମର ସଦୃଶ ହୋଇଛି । ଯଦି ଭାରତ ଜିତିବ ତେବେ କ୍ବାର୍ଟରରେ ସ୍ଥାନ ପକ୍କା ନଚେତ୍ ବିଶ୍ବକପରୁ ବିଦା ଦେବ ଦଳ ।

ଡିଫେନ୍ସ ଉପରେ ଗୁରୁତ୍ବ ଦେବ ଭାରତ: ଭାରତ ଏ ପର୍ଯ୍ୟନ୍ତ ବିଶ୍ବକପରେ ଅପରାଜେୟ ରହିଛି । କ୍ରସଓଭର ମ୍ୟାଚ ଖେଳି ଧାରା ବଜାୟ ଲକ୍ଷ୍ୟରେ ରହିଛି ହର୍ମନପ୍ରୀତବାହିନୀ । ତେଣୁ ଏ ଦିଗରେ ଭାରତକୁ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଗୁରୁତ୍ବ ଦେବାକୁ ହେବ । ଯେପରି ପେନାଲ୍ଟି କର୍ଣ୍ଣରରୁ ଗୋଲ ହାତେଇବା, ଫିଲ୍ଡ ଗୋଲ୍ଡ, ଡିଫେନ୍ସ ଉପରେ ଫୋକସ କରିବା ଦିଗରେ ଗେମ ଖେଳିବାକୁ ହେବ । ଅଧିନାୟକ ହର୍ମନପ୍ରୀତ ଜଣେ ଶ୍ରେଷ୍ଠ ଡ୍ରାଗ ଫ୍ଲିକର ଭାବେ ଜଣାଶୁଣା । ଆଜି ତାଙ୍କୁ ଗେମ ଦେଖାଇବାକୁ ହେବ । ଯଦି ଭାରତ କ୍ରସଓଭର ମ୍ୟାଚ ଜିତେ ତେବେ ଆସନ୍ତା 24 ତାରିଖରେ କ୍ବାର୍ଟରଫାଇନାଲରେ ବେଲଜିୟମକୁ ଭେଟିବ ।

ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ ରାଜକୁମାର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା । ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଆହତ ହୋଇଥିଲେ ହାର୍ଦ୍ଦିକ ସିଂହ ସୁସ୍ଥ ହୋଇନାହାନ୍ତି । ତେଣୁ ସେ ବିଶ୍ବକପରୁ ବାଦ ପଡିଛନ୍ତି । ଟିମ ଇଣ୍ଡିଆରେ ସେ ଜଣେ ଦକ୍ଷ ମିଡ ଫିଲ୍ଡର । ଇଂଲଣ୍ଡ ବିପକ୍ଷ ମ୍ୟାଚର ଚତୁର୍ଥ କ୍ବାର୍ଟରରେ ତାଙ୍କ ଗୋଡର ମାଂସପେଶୀ ଟାଣି ହୋଇଯାଇଥିଲା । ଏହାପରେ ପଡିଆରୁ ସେ ବିଦା ହୋଇଥିଲେ । ଏପର୍ଯ୍ୟନ୍ତ ଏହି ସମସ୍ୟାରୁ ସେ ସୁସ୍ଥ ହୋଇନାହାନ୍ତି । ତେଣୁ ସେ ବିଶ୍ବକପରୁ ବାଦ ପଡିଛନ୍ତି ।

ତାଙ୍କ ସ୍ଥାନରେ 18ଜଣିଆ ଦଳରେ ରିଜର୍ଭ ଖେଳାଳି ରାଜକୁମାର ପାଲଙ୍କୁ ସାମିଲ କରାଯାଇଛି । FIH ନିୟମ ଅନୁସାରେ ଯଦି ଜଣେ ଖେଳାଳି ପରିବର୍ତ୍ତନ କରାଯାଏ ତେବେ ଆହତ ଖେଳାଳି ଜଣଙ୍କ ସୁସ୍ଥ ହେଲେ ବି ଆଉ ଦଳକୁ ଫେରିବେ ନାହିଁ । ହାର୍ଦ୍ଦିକଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟା ସୃଷ୍ଟି କରିବାରେ ମାତ୍ର ଏହାକୁ ଏଡାଇ ଦଳକୁ ଖେଳିବାକୁ ହେବ ।

ଏହା ବି ପଢନ୍ତୁ...Hockey World Cup 2023: କ୍ରସଓଭରେ ନ୍ୟୁଜିଲାଣ୍ଡ ସହ ଟକ୍କର, ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବ ଭାରତ

ପୁଲ-ଡିରେ ଥିବା ଇଂଲଣ୍ଡ କ୍ବାର୍ଟରରେ ସ୍ଥାନ ପକ୍କା କରି ସାରିଛି । ଅନ୍ୟ ଏକ କ୍ରସଓଭର ମ୍ୟାଚରେ ମାଲେସିଆ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ମାଲେସିଆ ଆସନ୍ତାକାଲି (ସୋମବାର) ଆଉ ଏକ କ୍ରସଓଭର ମ୍ୟାଚ ଖେଳିଯିବା । ପୁଲ-ସିର ମାଲେସିଆ 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରିଛି । 6 ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଦଳ ।

ଆଜି ସ୍ପେନ ସହ ହେବାକୁ ଥିବା ମୁକାବିଲାରେ ସ୍ପେନର ପଲ୍ଲା ଭାରି ରହିଛି । ସ୍ପେନ 3ଟି ମ୍ୟାଚରୁ ଗୋଟିଏରେ ଜିତିଥିବାବେଳେ ଦୁଇଟିରେ ପରାସ୍ତ ହୋଇଛି । ପୁଲ ଟପ୍ପର ହୋଇନଥିଲେ ବି ରେକର୍ଡ ତୁଳନାରେ ସ୍ପେନ ପାଖରେ ମାଲେସିଆକୁ ହରାଇବା ନେଇ ଯଥେଷ୍ଟ କ୍ଷମତା ରହିଛି । ମୋଟ 4ଟି କ୍ରସଓଭର ମ୍ୟଚରୁ 4ଟି ବିଜେତା ଦଳ କ୍ବାର୍ଟରକୁ ଉତୀନ୍ନ ହେବେ । ମାଲେସିଆ ଓ ସ୍ପେନ କ୍ରସଓଭର ମ୍ୟାଚ ବିଜୟୀ ଦଳ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.