Hockey World Cup 2023: ସେମିରେ ଜର୍ମାନୀ, ପେନାଲ୍ଟି ସୁଟ୍ ଆଉଟରେ ଇଂଲଣ୍ଡ ପରାସ୍ତ

author img

By

Published : Jan 25, 2023, 8:48 PM IST

ଇଂଲଣ୍ଡ ବନାମ ଜର୍ମାନୀ

ଇଂଲଣ୍ଡକୁ ମାତ୍ ଦେଇ ସେମିଫାଇନାଲ ଟିକଟ ହାତେଇଛି ଜର୍ମାନୀ । ପେନାଲ୍ଟି ସୁଟ ଆଉଟରେ ଜର୍ମାନୀ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି । ଅଧିକ ପଢନ୍ତୁ

ସେମିରେ ଜର୍ମାନୀ, ପେନାଲ୍ଟି ସୁଟ୍ ଆଉଟରେ ଇଂଲଣ୍ଡ ପରାସ୍ତ

ଭୁବନେଶ୍ବର : ସେମିଫାଇନାଲରେ ସ୍ଥାନ ପକ୍କା କଲା ଜର୍ମାନୀ । ଇଂଲଣ୍ଡକୁ ମାତ୍ ଦେଇ ସେମିଫାଇନାଲ ଟିକଟ ହାତେଇଛି ଜର୍ମାନୀ । ପେନାଲ୍ଟି ସୁଟ ଆଉଟରେ ଜର୍ମାନୀ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି । ଆଜି (ବୁଧବାର) କ୍ବାର୍ଟର ଫାଇନାଲର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ବନାମ ଜର୍ମାନୀ । ଏହି ମ୍ୟାଚର ନିର୍ଦ୍ଧାରିତ ସମୟରେ ଉଭୟ ଦଳର ଗୋଲ ୨-୨ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ୍ ଆଉଟ ମ୍ୟାଚ ହୋଇଥିଲା । ସେଥିରେ ଜର୍ମାନୀ ୪-୩ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି ।

ହକି ବିଶ୍ବକପ ୨୦୨୩ କ୍ବାର୍ଟର ଫାଇନାଲର ତୃତୀୟ ମ୍ୟାଚ । ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ବନାମ ଜର୍ମାନୀ । କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ । ସେମିଫାଇନାଲ ଟିକଟ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ଲାଗିଥିଲା ଘୋମାଘୋଟ ଲଢେଇ । ଉଭୟ ଦଳ ଗୋଲ ପାଇଁ ଫୁଲ ଜୋଶରେ ଖେଳିଥଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଟିମ ଜର୍ମାନୀ ଉପରେ ଭାରି ପଡିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଗୋଟିଏ ଗୋଲ ଦେଇଥିବା ବେଳେ ଜର୍ମାନୀ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନଥିଲା । ମ୍ୟାଚର ୧୨ ମିନିଟରେ ଇଂଲଣ୍ଡର ଜଚାରୀ ୱାଲେସ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ ।

ତେବେ ଏହି ରୋମାଞ୍ଚକର ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଖେଳର ମୋଡ ବଦଳିଯାଇଥିଲା । ଆରମ୍ଭରୁ ମଇଦାନରେ ନିଜର ଦବଦବା ଜାହିର କରିଥିବା ଇଂଲଣ୍ଡକୁ କଡା ଟକ୍କର ଦେଇଥିଲା ଜର୍ମାନୀ । ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଇ ଦଳର ସ୍ଥିତି ମଜବୁତ କରିଥିଲା । ଏହି ଗୋଲ ମ୍ୟାଚର ୩୩ ମିନିଟରେ ଲିଆମ ଅନସେଲ ଦେଇଥିଲେ । ହେଲେ ଖେଳର ଶେଷ ୩ ମିନିଟରେ ବଦଳିଯାଇଥିଲା ମ୍ୟାଚର ପରିଣାମ । ଜର୍ମାନୀ ମ୍ୟାଚର ୫୮ ମିନିଟ ଏବଂ ୫୯ ମିନିଟରେ ଲଗାତାର ଦୁଇଟି ଗୋଲ ଦେଇ ଇଂଲଣ୍ଡ ସହିତ ଗୋଲ ୨-୨ ରେ ବରାବର କରିଥିଲା । ଜର୍ମାନୀ ତରଫରୁ ମେଟ୍ ଗ୍ରାମ୍ବୁସ ୫୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍ବୁଶ ପେନାଲ୍ଟି ଷ୍ଟ୍ରୋକ ଦ୍ବାରା ଦ୍ଵିତୀୟ ଗୋଲ ଦେଇ ସ୍କୋର ୨-୨ ରେ ବରାବର କରିଥିଲେ । ଏହା ପରେ ପେନାଲ୍ଟି ସୁଟ୍ ଆଉଟ ମ୍ୟାଚ ହୋଇଥିଲା । ସେଥିରେ ଜର୍ମାନୀ ୪-୩ ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.