Hockey World Cup 2023 : ଭାରତର ବିଶ୍ବକପ ସୂପ୍ନ ଧୂଳିସାତ୍, ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ବିଜୟୀ

author img

By

Published : Jan 22, 2023, 9:28 PM IST

Updated : Jan 22, 2023, 10:27 PM IST

ଭାରତ ବନାମ ନ୍ୟୁଜିଲାଣ୍ଡ

ଭାରତର ବିଶ୍ବକପ ଅଭିଯାନ ଶେଷ । ଟିମ ଇଣ୍ଡିଆର ୪୮ ବର୍ଷର ଟ୍ରଫି ଆଶା ପୁଣି ମଉଳି ଯାଉଛି । ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ଟିକଟ ହାତେଇଛି ।

Hockey World Cup 2023 : ଭାରତର ବିଶ୍ବକପ ସୂପ୍ନ ଧୂଳିସାତ୍, ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ବିଜୟୀ

ଭୁବନେଶ୍ବର: ଭାରତର ବିଶ୍ବକପ ଅଭିଯାନ ଶେଷ । ଟିମ ଇଣ୍ଡିଆର ୪୮ ବର୍ଷର ଟ୍ରଫି ଆଶା ପୁଣି ମଉଳି ଯାଉଛି । ପେନାଲ୍ଟି ସୁଟ ଆଉଟରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ଟିକଟ ହାତେଇଛି । ନ୍ୟୁଜିଲାଣ୍ଡ ପେନାଲ୍ଟି ସୁଟ ଆଉଟ୍‌ରେ ୫-୪ ଗୋଲରେ ଭାରତକୁ ମାତ୍ ଦେଇଛି । ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ସହିତ ନ୍ୟୁଜିଲାଣ୍ଡ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ ।

ପୁଣି ନିରାଶ କଲେ ଭାରତୀୟ ହକି ଦଳ । କୋଟିକୋଟି ଭାରତୀୟଙ୍କ ବିଶ୍ବକପ ସ୍ବପ୍ନ ଚୁରମାର ହୋଇଛି । ଆଜି ଖେଳାଯାଇଥିବା କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହୋଇଛି । ଏହା ସହିତ ଟିମ୍‌ ଇଣ୍ଡିଆର ବିଶ୍ବକପ ଅଭିଯାନ ଶେଷ ହୋଇଛି । କ୍ରସ ଓଭର ମ୍ୟାଚରେ ପେନାଲ୍ଟି ସୁଟ ଆଉରେ ଭାରତକୁ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ପେନାଲ୍ଟି ସୁଟ୍ ଆଉଟରେ ୫-୪ ଗୋଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏହି ପରାଜୟ ସହ ଭାରତର ୪୮ ବର୍ଷର ବିଶ୍ବକପ ଜିତିବା ଆଶା ଆଶାରେ ରହିଯାଇଛି । ହକି ବିଶ୍ବକପ ୨୦୨୩ ଦ୍ବିତୀୟ କ୍ରସ ଓଭର ମ୍ୟାଚରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା ହାଇଭୋଲଟେଜ ମୁକାବିଲା । ପ୍ରତି ମିନିଟରେ ଖେଳ ରୋମାଞ୍ଚକର ରହିଥିଲା । ଗୋଲ ପାଇଁ ଉଭୟ ଦଳର ସଂଘର୍ଷ ଦେଖିବାକୁ ମିଳିଥିଲା । କ୍ବାର୍ଟର ଫାଇନାଲ ଟିକଟ ହାତେଇବା ପାଇଁ ନ୍ୟୁଜିଲାଣ୍ଡ ଭାରତ ମଧ୍ୟରେ କଡା ଟକ୍କର ହୋଇଥିଲା । ପ୍ରଥମାର୍ଦ୍ଧରେ ଭାରତ ୨ଟି ଗୋଲ ଦେଇଥିବା ବେଳେ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ ଦେଇଥିଲା ।

ଭାରତ ମ୍ୟାଚର ୧୮ତମ ମିନିଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଲଲିତକୁମାର ଉପାଧ୍ୟାୟ ଦେଇଥିଲେ । ଏହାପରେ ମ୍ୟାଚର ୨୫ ମିନିଟରେ ସୁଖଜିତ ସିଂହ ଗୋଟିଏ ଗୋଲ ଦେଇ ଗୋଲ ସଂଖ୍ୟା ପ୍ରଥମାର୍ଦ୍ଧରେ ୨ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ମ୍ୟାଚର ୨୯ ମିନିଟରେ ସାମ ଲେନ୍ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ସେପଟେ ଦ୍ବିତୀୟାର୍ଦ୍ଧରେ ମ୍ୟାଚ ଆହୁରି ରୋମାଞ୍ଚକର ହୋଇଥିଲା । ଉଭୟ ଦଳ ମଧ୍ୟରେ କ୍ବାର୍ଟର ଫାଇନାଲ ଯୋଗ୍ୟତା ହାସଲ ପାଇଁ ଦେଖିବାକୁ ମିଳିଥିଲା ଘୋମାଘୋଟ ଲଢେଇ । ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇଥିଲା ନ୍ୟୁଜିଲାଣ୍ଡ । ଭାରତ ଦ୍ବିତୀୟାର୍ଦ୍ଧରେ ଏତେଟା ସଫଳ ରହିନଥିଲା । ମ୍ୟାଚର ୪୧ ମିନିଟରେ ବରୁଣ କୁମାର ଗୋଟିଏ ଗୋଲ ଦେଇଥିଲେ । ଯାହା ଗୋଲ ସଂଖ୍ୟା ୩କୁ ବୃଦ୍ଧି ପାଇଥିଲା । ସେପଟେ ଜୋଶରେ ଥିବା ନ୍ୟୁଜିଲାଣ୍ଡ ମ୍ୟାଚର ୪୪ ମିନିଟ ଏବଂ ୫୦ ମିନିଟରେ ଗୋଲ ଦେଇଥିଲା । ଯାହା ନିର୍ଦ୍ଧାରିତ ସମୟରେ ଗୋଲ ସଂଖ୍ୟା ୩-୩ ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ୍ ଆଉଟ ଖେଳ ହୋଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ଭାରତକୁ ୫-୪ ଗୋଲରେ ମାତ୍ ଦେଇ ବିଜୟୀ ହୋଇଛି । କ୍ବାର୍ଟର ଫାଇନାଲରେ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ ।

Last Updated :Jan 22, 2023, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.