Hockey World Cup 2023: ସେମିରେ ନେଦରଲାଣ୍ଡ, ୫-୧ ଗୋଲରେ କୋରିଆ ପରାସ୍ତ

author img

By

Published : Jan 25, 2023, 9:29 PM IST

Updated : Jan 25, 2023, 10:51 PM IST

ନେଦରଲାଣ୍ଡ ବନାମ କୋରିଆ

କ୍ବାର୍ଟର ଫାଇନାଲ ମୁକାବିଲାରେ କୋରିଆକୁ ପରାଜୟର ମୁହଁ ଦେଖାଇଛି ନେଦରଲାଣ୍ଡ । ୫-୧ ଗୋଲରେ କୋଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ । ଅଧିକ ପଢନ୍ତୁ

Hockey World Cup 2023: ସେମିରେ ନେଦରଲାଣ୍ଡ, ୫-୧ ଗୋଲରେ କୋରିଆ ପରାସ୍ତ

ଭୁବନେଶ୍ବର : ସେମିଫାଇନାଲ ଟିକଟ ହାତେଇଲା ନେଦରଲାଣ୍ଡ । କ୍ବାର୍ଟର ଫାଇନାଲ ମୁକାବିଲାରେ କୋରିଆକୁ ପରାଜୟର ମୁହଁ ଦେଖାଇଛି ନେଦରଲାଣ୍ଡ । ୫-୧ ଗୋଲରେ କୋଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ । ହକି ବିଶ୍ବକପ ୨୦୨୩ର ସମସ୍ତ କ୍ବାର୍ଟର ଫାଇନାଲ ମ୍ୟାଚ ଶେଷ ହୋଇଛି । ଆଜି (ବୁଧବାର) ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ବନାମ କୋରିଆ । ଏହି ମ୍ୟାଚରେ କୋରିଆକୁ ପରାସ୍ତ କରିଛି ନେଦରଲାଣ୍ଡ । କୋରିଆରୁ ୫-୧ ଗୋଲରେ ମାତ୍ ଦେଇଛି ନେଦରଲାଣ୍ଡ । ନେଦରଲାଣ୍ଡର କୋଏନ ବିଜେନ ସର୍ବାଧିକ ୨ ଟି ଗୋଲ ଦେଇଥିଲେ ।

ହକି ବିଶ୍ବକପ ୨୦୨୩ର ଚତୁର୍ଥ କ୍ବାର୍ଟର ଫାଇନାଲ ତଥା ଅନ୍ତିମ କ୍ବାର୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ବନାମ କୋରିଆ । ମ୍ୟାଚ ଆରମ୍ଭରୁ ନେଦରଲାଣ୍ଡ ଦବଦବା ଜହିର କରିଥିଲା । ଆଟାକିଂ ମୁଡରେ ଖେଳିଥିଲେ ନେଦରଲାଣ୍ଡ ଖେଳାଳି । ସେପଟେ କୋରିଆ ମଧ୍ୟ ନେଦରଲାଣ୍ଡର ରଣନୀତି ଆଗରେ ହାର ମାନି ନଥିଲା । ଗୋଲ ପାଇଁ ସଂଘର୍ଷ କରିଥିଲା କୋରିଆ । ହେଲେ ପ୍ରଥମାର୍ଦ୍ଧରେ ଗୋଲ ଦେବାରେ ବିଫଳ ରହିଥିଲା କୋରିଆ । ମ୍ୟାଚର ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ ଗୋଟିଏ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ମ୍ୟାଚର ୨୭ ମିନିଟରେ କୋଏନ ବିଜେନ ଦେଇଥିଲେ ।

ସେପଟେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ସେମିଫାଇନାଲ ଟିକଟ ହାତେଇବା ପାଇଁ ନେଦରଲାଣ୍ଡ ଫୁଲ ଜୋଶରେ ମଇଦାନରେ ଆକ୍ରମଣ ଜାରି ରଖିଥିଲା । ଦ୍ବିତୀୟାର୍ଦ୍ଧରେ ନେଦରଲାଣ୍ଡ ୪ ଟି ଗୋଲ ଦେଇଥିଲା । ମ୍ୟାଚର ୩୧ ମିନିଟରେ ନେଦରଲାଣ୍ଡର କୋଏନ ବିଜେନ ଆଉ ଗୋଟିଏ ଗୋଲ ଦେଇଥିଲେ । ଏହା ପରେ ମ୍ୟାଚର ୩୬ ମିନିଟରେ ନେଦରଲାଣ୍ଡ ତାର ତୃତୀୟ ଗୋଲ ଦେଇଥିଲା । ଏହି ଗୋଲ ଜସ୍ଟିନ ବ୍ଲକ ଦେଇଥିଲେ । ତେବେ ନେଦରଲାଣ୍ଡ ତିନୋଟି ଗୋଲ ଦେଇ ଦଳର ସ୍ଥିତି ଦୃଢ ରଖିଥିଲା । ତଥାପି ଗୋଲ ପାଇଁ ଲଢେଇ ଜାରି ରଖିଥିଲା କୋରିଆ । ମ୍ୟାଚର ୫୧ ମିନିଟରେ କୋରିଆ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ସେହିପରି ମ୍ୟାଚର ୫୦ ମିନିଟରେ ଏବଂ ୫୮ ମିନିଟରେ ନେଦରଲାଣ୍ଡ ଆଉ ଦୁଇଟି ଗୋଲ ଦେଇଥିଲା । ମ୍ୟାଚର ନିର୍ଦ୍ଧାରିତ ସମୟ ବେଳକୁ କୋରିଆ ଗୋଟିଏ ହିଁ ଗୋଲ କରିପାରିଥିଲା । ସେପଟେ ନେଦରଲାଣ୍ଡ ୫ ଟି ଗୋଲ ଦେଇ କ୍ବାର୍ଟର ଫାଇନାଲରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି ।

Last Updated :Jan 25, 2023, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.