ହକି ଇଣ୍ଡିଆ ସଭାପତି ଦୌଡରେ ଦିଲୀପ ତିର୍କୀ, ଆଜି ଭରିଲେ ନାମାଙ୍କନ

author img

By

Published : Sep 18, 2022, 6:39 PM IST

Updated : Sep 18, 2022, 7:13 PM IST

ହକି ଇଣ୍ଡିଆ ସଭାପତି ପାଇଁ ନାମାଙ୍କନ ଭରିଲେ ଦିଲୀପ ତିର୍କୀ

ପୂର୍ବତନ ହକି ଅଧିନାୟକ ତଥା ଅଲମ୍ପିଆନ ଦିଲୀପ ତିର୍କୀ ଆଜି ସଭାପତି ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହକି ଇଣ୍ଡିଆ ସଭାପତି ଦୌଡରେ ପୂର୍ବତନ ହକି କ୍ୟାପଟେନ ଦିଲୀପ ତିର୍କୀ । ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମଙ୍କନ(Dilip Tirkey files nomination for HI presidents post ) ଦାଖଲ କରିଛନ୍ତି । ନିକଟରେ ହକି ଇଣ୍ଡିଆର ନିର୍ବାଚନ ଅନୁଷ୍ଠିତ ହେବାକୁ । ଏନେଇ ପୂର୍ବତନ ହକି ଅଧିନାୟକ ତଥା ଅଲମ୍ପିଆନ ଦିଲୀପ ତିର୍କୀ ଆଜି ( ରବିବାର ) ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ନାମାଙ୍କନ ପତ୍ର ଦାଖଲ ପରେ ଦିଲୀପ ତିର୍କୀ କହିଛନ୍ତି ଖେଳକୁ ଅଧିକରୁ ଅଧିକ ଆଗକୁ ନେବା ପାଇଁ ଲକ୍ଷ୍ୟ ରହିଛି । "ଆଜି ମୁଁ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛି । ଓଡିଶା ହକି ସଂଘ ତରଫରୁ ନାମାଙ୍କନ ଦାଖଲ କରିଛି ।" ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ନେଇ କିମ୍ବଦନ୍ତୀ ହକି ତାରକା ଦିଲୀପ ତିର୍କୀ କହିଛନ୍ତି "ହକି ମୋତେ ବହୁତ କିଛି ଦେଇଛି । ଜଣେ ଖେଳାଳି ହିସାବରେ ମୁଁ ଦୀର୍ଘ ସମୟ ଧରି ଭାରତ ପାଇଁ ହକି ଖେଳିଛି । ହକିରୁ ଅବସର ନେବା ପରେ ମୁଁ ଓଡିଶାରେ ଖେଳର ବିକାଶ ପାଇଁ କାମ କରୁଛି । ସେଥିପାଇଁ ମୁଁ ଭାବିଲି ଜାତୀୟ ସ୍ତରରେ ହକିର ଉନ୍ନତି ପାଇଁ ଅଧିକରୁ ଅଧିକ କାମ କରି ପାରିବି । ମୁଁ ଖେଳକୁ ଆହୁରି ଉଚ୍ଚ ସ୍ତରକୁ ନେଇ ପାରିବି ।"

ହକି ଇଣ୍ଡିଆର ନିର୍ବାଚନକୁ ନେଇ ସେ ସକାରାତ୍ମକ ମତାମତ ଦେଇ କହିଛନ୍ତି ମୁଁ ବିଭିନ୍ନ ରାଜ୍ୟ ସହିତ ଯୋଗାଯୋଗରେ ରହିଛି । ଉତ୍ତର ପୂର୍ବ ରାଜ୍ୟ ଗୁଡିକ ମୋ ସପକ୍ଷରେ ଅଛନ୍ତି । ପଶ୍ଚିମ ବଙ୍ଗ, ଆସାମ, ମିଜୋରାମ, ଅରୁଣାଞ୍ଚଳ ପ୍ରଦେଶ, ତ୍ରିପୁରା ଏହି ସମସ୍ତ ରାଜ୍ୟ ଗୁଡିକ ମୋତେ ସମର୍ଥନ କରୁଛନ୍ତି । ଏହା ପରିବର୍ତ୍ତେ ମୁଁ କେରଳ, ତାମିଲନାଡୁ, ରାଜସ୍ତାନ ଭଳି ଅନ୍ୟ ରାଜ୍ୟ ସହିତ ଯୋଗାଯୋଗ କରୁଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ହକି ଇଣ୍ଡିଆର ଅଧ୍ୟକ୍ଷ ହିସାବରେ ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ତୃଣମୂଳ ସ୍ତରରୁ ଖେଳକୁ ମଜବୁତ କରିବା । ହକିର ବିକାଶ ଏବଂ ପ୍ରଚାର ଦିଗରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିବ ।

ହକି ଇଣ୍ଡିଆର ନିର୍ବାଚନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ । ବିହାରର ପୂର୍ବତନ ନିର୍ବାଚନ ଅଧିକାରୀ ଅଜୟ ନାୟକଙ୍କୁ ହକି ଇଣ୍ଡିଆ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି । ଦିଲୀପ ତିର୍କୀ ବିଜୁ ଜନତା ଦଳ ତରଫରୁ ଓଡିଶାରୁ ରାଜ୍ୟସଭା ପାଇଁ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।

Last Updated :Sep 18, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.