CWG 2022: ଦେଶକୁ ପୁଣି ୨ଟି ସ୍ୱର୍ଣ୍ଣ, ରବି ଓ ବିନେଶ ଜିଣିଲେ ଗୋଲ୍ଡ ମେଡାଲ

author img

By

Published : Aug 6, 2022, 10:58 PM IST

CWG 2022: ଦେଶକୁ ପୁଣି ୨ଟି ସ୍ୱର୍ଣ୍ଣ, ରବି ଓ ବିନେଶଙ୍କ ଦମଦାର ପ୍ରଦର୍ଶନ

ଭାରତର ରବି ଦହିଆ ୫୭ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ ୧୦-୦ ରେ ପରାସ୍ତ କରିଛନ୍ତି ।

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେ ଭାରତୀୟ ତାରକା ରେସଲର ରବି କୁମାର ଦହିଆ ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି । ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ରବି ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ ୧୦-୦ ରେ ପରାସ୍ତ କରିଛନ୍ତି । କୁସ୍ତିରେ ଏହା ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ଏହାକୁ ମିଶାଇ ସମୁଦାୟ ୧୦ଟି ସ୍ବର୍ଣ୍ଣ ପଦକ ଭାରତ ନାମକୁ ଆସିଛି । ଏହା ସହିତ କେବଳ କୁସ୍ତିରେ ମୋଟ ପଦକ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି ।

ପ୍ରକାଶ ଥାଉକି ରବି କୁମାର ଦହିଆ ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । କିନ୍ତୁ ଏଥର ସେ କୌଣସି ଭୁଲ କରିନାହାଁନ୍ତି । ରବିଙ୍କ ପୂର୍ବରୁ ଦୀପକ ପୁନିଆ, ବଜରଙ୍ଗ ପୁନିଆ ଏବଂ ସାକ୍ସି ମଲିକ ବର୍ମିଂହାମରେ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି ।

ଏପଟେ ଆଜି ଭାରତର ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ବିନେଶ ଫୋଗତ । ଶ୍ରୀଲଙ୍କାର ପ୍ରତିଯୋଗୀଙ୍କୁ ଫାଇନଲ ବାଉଟରେ ହରାଇ ସ୍ୱର୍ଣ୍ଣ ଜିଣିଲେ ବିନେଶ । ଏହା ଭାରତର 11ତମ ସ୍ୱର୍ଣ୍ଣ ପଦକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.