CWG 2022: ବକ୍ସିଂରେ ବ୍ରୋଞ୍ଜ ଜିତିଲେ ଜସ୍ମିନ

author img

By

Published : Aug 6, 2022, 10:21 PM IST

CWG 2022: ବକ୍ସିଂରେ ବ୍ରୋଞ୍ଜ ଜିତିଲେ ଜସ୍ମିନ

ମହିଳା ବକ୍ସିଂ ପ୍ରତିଯୋଗୀତାର ୫୭-୬୦ କିଲୋଗ୍ରାମ ଓଜନ ବର୍ଗରେ ଭାରତର ଜସ୍ମିନ ଲାମ୍ବୋରିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ବକ୍ସିଂରେ ଜସ୍ମିନ୍ ଲାମ୍ବୋରିଆଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ମହିଳା ୫୭-୬୦ କିଲୋଗ୍ରାମ ଓଜନ ବର୍ଗରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଜସ୍ମିନ ଦମଦାର ପ୍ରଦର୍ଶନ ସତ୍ତ୍ବେ ଇଂଲଣ୍ଡର ଜେମା ପେଜ ରିଚାର୍ଡସନଙ୍କ ଠାରୁ ପରାଜିତ ହୋଇଛନ୍ତି । ତେବେ ଏହି ପରାଜିତ ସତ୍ତ୍ବେ ସେ ନିଜ ଦେଶକୁ ଆଉ ଏକ ବ୍ରୋଞ୍ଜ ପଦକ ଦେବାରେ ସକ୍ଷମ ହୋଇଛନ୍ତି ।

ତେବେ ଇଂଲଣ୍ଡର ଜେମା ପେଜ ରିଚାର୍ଡସନଙ୍କ ସପକ୍ଷରେ ଏକ ବିବାଦୀୟ ନିଷ୍ପତ୍ତି ମ୍ୟାଚର ମୋଡ଼ ବଦଳାଇଥିଲା । ଫଳରେ ୩-୨ ରେ ବିଜୟ ହୋଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ ଜେମା ପେଜ । ଭାରତୀୟ ବକ୍ସର ଜସ୍ମିନ୍ ଲାମ୍ବୋରିଆ ବ୍ରୋଞ୍ଜ ପଦକ ସହିତ ଦୌଡ଼ରୁ ବାଦ ପଡ଼ିଛନ୍ତି । ତେବେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜସ୍ମିନ୍ ଭାରତର ୩୦ ତମ ପଦକ ବିଜେତା ହୋଇଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାରେ ଭାରତର ଅମିତ ପାଙ୍ଗା, ମହମ୍ମଦ ହୁସାମୁଦ୍ଦିନ, ରୋହିତ ଟୋକା, ସାଗର ଅହଲୱାଟ, ନାଇଟୁ ଘାଙ୍ଗ ଏବଂ ନିଖଟ ଜରିନ ମଧ୍ୟ ଚଳିତ ପ୍ରତିଯୋଗୀତାରେ ନିଜର ପଦକ ନିଶ୍ଚିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.